ଉଡାନ ପ୍ରଶିକ୍ଷଣ ଶିବିର ୨ ଉଦ୍‌ଯାପିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ପାରଳାଖେମୁଣ୍ଡି ଉପକଣ୍ଠସ୍ଥ ବେତାଗୁଡା ରିଜର୍ଭ ପୋଲିସ ପଡିଆଠାରେ ଜିଲା ପୋଲିସ ପକ୍ଷରୁ ଉଡାନ ପ୍ରଶିକ୍ଷଣ ଶିବିରର ଦ୍ୱିତୀୟ ପର୍ଯ୍ୟାୟ ଚାଲୁ ରହିଥିଲା ତାହା ଉଦ୍‌ଯାପିତ ହୋଇଯାଇଛି । ଜିଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମାଙ୍କ ନିର୍ଦ୍ଦେଶ ଏବଂ ନେତୃତ୍ୱରେ ବେକାର ଯୁବକ ଯୁବତୀ ମାନଙ୍କୁ ଏହିପରି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଥିଲା । ଏହିପରି ପ୍ରଶିକ୍ଷଣ ଦ୍ୱାରା ଜିଲାର ବେକାରୀମାନେ ପୋଲିସ ବାହିନୀ ଏବଂ ସାମରୀକ ବାହିନୀରେ ଭର୍ତ୍ତି ହେବାପାଇଁ ନିଜକୁ ସଠିକ ଭାବେ ପ୍ରସ୍ତୁତ କରିପାରିବେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଏହା ଦ୍ୱାରା ପୋଲିସ ବାହିନୀ ଏବଂ ସାମରୀକ ବାହିନୀରେ ସେମାନେ ଭର୍ତ୍ତି ହେବାପୂର୍ବରୁ ଯେଉଁ ପରୀକ୍ଷା ହୋଇଥାଏ ସେଥିରେ ସେମାନେ ସଫଳତା ସହଜରେ ହାସଲ କରିପାରିବେ ବୋଲି ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦ୍ୟେଶ ବୋଲି କୁହାଯାଇଛି । ଆରକ୍ଷୀ ଅଧିକ୍ଷକ ଏହିପରି ଏକ କାର୍ଯ୍ୟକ୍ରମ ହାତକୁ ନେଇ ଜିଲା ତଥା ରାଜ୍ୟରେ ବେସ ପ୍ରଶଂସିତ ହେବା ସହ ସାଧାରଣରେ ମଧ୍ୟ ଏହା ଚର୍ଚ୍ଚାର ବିଷୟ ହୋଇପଡିଛି । ଆଜିର ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହିପରି ଏକ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏଥିରେ ଜିଲାର ବେକାରୀମାନେ ଉପକୃତ ହୋଇପାରିବେ ବୋଲି ଆଶା ପ୍ରକଟ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟ ଜିଲାପାଳ ଅନୁପମ ସାହା, ଜିଲା ମଙ୍ଗଳ ଅଧିକାରୀ ସନ୍ତୋଷ କୁମାର ରଥ, ପାରଳାଖେମୁଣ୍ଡି ଯୁବରାଣୀ କଲ୍ୟାଣୀ ଦେବୀ, ପୋଲିସ ଏସ୍‌.ଡି.ପି.ଓ. ପ୍ରକାଶ ଚନ୍ଦ୍ର ଜେନା ପ୍ରମୁଖଙ୍କ ସହ ଅନ୍ୟାନ୍ୟ ଅତିଥିମାନେ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ