ପଥପ୍ରାନ୍ତ ବନୀକରଣ ଯୋଜନା ଦିଗହରା

କୁକୁଡାଖଣ୍ଡି,(ଯୁଗାବ୍ଦ ନ୍ୟୁଜ): ଏମଜିଏନଆରଇଜିଏ ଯୋଜନା ଦ୍ବାରା ଗ୍ରାମାଞଳ ଗୁଡିକରେ ବନୀକରଣ କରିବା ପାଇଁ ପଥପ୍ରାନ୍ତ ବନୀକରଣ  ଯୋଜନା ଆରମ୍ଭ କରି ସବୁଜ ସୁନ୍ଦର କରିବା କୁ ପ୍ରୟାଶ କରାଗଲା।କିନ୍ତୁ ସୁନ୍ଦର ଯୋଜନା କୁ ପ୍ରଣୟନ ପରେ ଯୋଜନା ଅଧପନ୍ତରିଆ ଭାବେ ରହୁଥିବା ଅନୁମାନ କରାଯାଉଛି।ଏମଜିଏନଆରଇଜିଏ ଦ୍ବାରା ବାଇଗଣବାଡି ଠାରୁ କୁକୁଡାଖଣ୍ଡି ପଯ୍ୟନ୍ତ ପଥପାଶ୍ବ ବନୀକରଣ ନିମନ୍ତେ  ବିଭିନ୍ନ ପ୍ରକାର ୫୦୦ ଟି ଗଛ ଲଗାଇବା ନିମନ୍ତେ ୩ଲଷ୫୨ହଜାର ଟକାଂ ବିନିଯୋଗ କରାଯାଇଛି।କିନ୍ତୁ ବାସ୍ତବରେ ବନୀକରଣର ଚିତ୍ରବଟ ପୁରା ଅଲଗାପ୍ରକାର।ଲଗାଯାଇଥିବା ଗଛ ମଧ୍ୟରୁ କିଛି ସ୍ଥାନରେ ଗଛ ଅଛି କିନ୍ତୁ ଆଉ କିଛି ସ୍ଥାନରେ ଗଛ ଗୁଡିକ ଶୁଖିଗଲାଣି।ଗଛ କୁ ସୁରଷିତ ରଖିବା ପାଇଁ ଗଛ ଚାରିପାଖରେ ଜାଲି ଲଗାଯାଇଛି ।କିନ୍ତୁ ଗଛ ଗୁଡିକର ସୁରଷା ଏବଂ ରଷଣାବେଷଣ କଥା ସମସ୍ତେ ସମ୍ପୂଣ୍ନ ଭୂଲିଯାଇଛନ୍ତି।ଅନେକ ଗଛ ସମ୍ପୂଣ୍ନ ମରିଗଲାଣି କିନ୍ତୁ କତ୍ତୃପଷ କଂ ଦୃଷ୍ଟି ଏଥିପ୍ରତି ପଡିପାରୁନାହିଁ।ପ୍ରତିଦିନ ଗଛଗୁଡିକୁ ପାଣି ଦିଆଯାଉନଥିବାରୁ ଗଛଗୁଡିକ ମରିଯାଉଥିବା ଜଣାପଡିଛି।ବନୀକରଣ ଯୋଜନା ପାଇଁ ସରକାର କୋଟିକୋଟି ଟକାଂ ଖଚ୍ଚ କରୁଛନ୍ତି ,କିନ୍ତୁ ଯୋଜନା ର ସଫଳରୂପାୟନ ବାସ୍ତବରେ ଫଳଶୂନ୍ୟ ହୋଇଯାଇଛି।ପଥପ୍ରାନ୍ତ ବନୀକରଣର ତଦନ୍ତ ପାଇଁ ଦାବି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ