ସଡ଼କ ଦୁର୍ଘଟଣାରେ ୩ ଅହାତ
–
ଗଞ୍ଜାମ ଥାନା ସଂମୁଖ ୧୬ ନମ୍ୱର ଜାତୀୟ ରାଜପଥ ରେ ସୋମବାର ଅପରାନ୍ନ ୪ ତା ବେଳେ ଏକ ସଡ଼କ ଦୁର୍ଘଟଣାରେ ୩ ଜଣ ଆହତ ହୋଇଥିବା ଜଣାପଡିଛି। ପ୍ରାପ୍ତ ସୂଚନା ଅନୁଯାୟୀ ଙଜ୦୭ଈ-୬୭୧୭ ନମ୍ବର ବିଶିଷ୍ଟ ଏକ ମାରୁଟି ସୁଜିକି କାର ହଠାତ ଟଚ୮୪-ଞ୦୩୦୬ ନମ୍ବର ବିଶିଷ୍ଟ ଏକ ଆମ୍ବ ବୋଝେଇ ଟ୍ରକ ସଂମୁଖରେ ବ୍ରେକ ମାରିଥିଲା। ଫଳରେ କାର ଆରୋହି ଙ୍କୁ ରକ୍ଷା କରିବା କୁ ଯାଇ ଟ୍ରକ ଡ୍ରାଇଭର ଟ୍ରକଟିକୁ ଡିଭାଇଡର ରେ ଚଢାଇ ଦେଇଥିଲେ।ଫଳରେ କାର ସଂମୁଖ ଭାଗରେ ଟ୍ରକ ଟି ମାଡ଼ ହୋଇ ରାସ୍ତା ଉପରେ ଓଲଟି ପଡିଥିଲା। ଏଥିରେ ଉତ୍ତର ପ୍ରଦେଶର ଟ୍ରକ ଡ୍ରାଇଭର ସୁବାଷ ଚନ୍ଦ୍ର(୪୫) ,ହେଲପର ଉସୁର ଦୟାଲ(୪୦) ଓ କାର ଡ୍ରାଇଭର ଆହତ ହୋଇ ଗଞ୍ଜାମ ସ୍ୱାସ୍ତ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ମେଡିକାଲକୁ ଅଧିକ ଚିକିତ୍ସା ନିମନ୍ତେ ସ୍ଥାନାନ୍ତରିତ କରାଯାଇଥିବା ଜଣା ପଡ଼ିଛି ଘଟଣା ସ୍ଥଳ ରେ ଗଂଜାମ ପୋଲିସ ପହଁଚି ଦୃର୍ଘଟଣାର ତଦନ୍ତ କରୁଥିବା ଜଣା ପଡ଼ିଛି।


