ମୁଜାଫରପୁର ଆଶ୍ରୟସ୍ଥଳୀ ଯୌନ ନିର୍ଯାତନା ମାମଲା : ବ୍ରିଜେଶ ଠାକୁରଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ : ମୁଜାଫରପୁର ଆଶ୍ରୟସ୍ଥଳୀ ଯୌନ ନିର୍ଯାତନା ମାମଲାରେ ମୁଖ୍ୟ ଅଭିଯୁକ୍ତ ବ୍ରିଜେଶ ଠାକୁରଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ମଙ୍ଗଳବାର ଦିଲ୍ଲୀର ଏକ କୋର୍ଟ ବ୍ରିଜେଶଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ବ୍ରିଜେଶ ମହିଳା ଆଶ୍ରୟସ୍ଥଳୀର ଏକାଧିକ ଅନ୍ତେବାସୀଙ୍କୁ ଯୌନ ନିର୍ଯାତନା ପ୍ରଦାନ କରିବା ସହିତ ଆକ୍ରମଣ କରିଥିଲେ । ଜାନୁୟାରୀ ୨୦ ତାରିଖରେ ବ୍ରିଜେଶଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିବା ବେଳେ ମଙ୍ଗଳବାର ଦିନ କୋର୍ଟ ଦଣ୍ଡ ଘୋଷଣା କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ସେଲ୍ଟର ହୋମ୍‌ରେ ଅନ୍ତେବାସୀଙ୍କୁ ନିର୍ଯାତନା ଏବଂ ୧୧ ଜଣ ଛାତ୍ରୀଙ୍କ ହତ୍ୟା ମାମଲାରେ ବ୍ରିଜେଶ ବିରୋଧରେ ମାମଲା ରୁଜୁ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ