ଜଲିଉଡ୍ ଆୱାର୍ଡ଼ ସମ୍ମାନ ଉତ୍ସବ

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍‌): ଜଲିଉଡ଼ ଆୱାର୍ଡ଼ ଉତ୍ସବର ଆଜି ଥିଲା ତୃତୀୟ ସନ୍ଧ୍ୟା । ନୃତ୍ୟ, ଗୀତ, ଅଭିନେତା, ଅଭିନେତ୍ରୀମାନଙ୍କର ମନଛୁଆଁ ସଙ୍ଗୀତର ତାଳେ ତାଳେ ଗୀତଗୋବିନ୍ଦ ସଦନରେ ଚାଲିଥିବା ଚନ୍ଦନ ଆୱାର୍ଡ଼ ଉତ୍ସବରେ ଝୁମିଲେ ଦର୍ଶକ ମଣ୍ଡଳୀ । ଏକକ ଓ ଦଳଗତ ନୃତ୍ୟ, ଏକକ ଓ ଡ଼ୁଏଟ୍ ଭୀତ, ଏକକ ଓ ଡୁଏଟ୍ ସଂଳାପ ଉତ୍ସବକୁ ବହୁ ସମୟ ପାଇଁ ବାନ୍ଧି ରଖିଥିଲା । ପ୍ରେରଣା ଗ୍ରୀନ୍ ଆର୍ମି ଓ ଓଡ଼ିଶା ବୀର ମହାସଂଘ ପକ୍ଷରୁ ଆୟୋଜିତ ଏହି ତୃତୀୟ ଦିବସ ସନ୍ଧ୍ୟାର ଉଦ୍‌ଘାଟନ ଉତ୍ସବରେ ସଭାପତିତ୍ୱ କରି ପ୍ରେରଣା ଗ୍ରୀନ୍ ଆର୍ମିର କମାଣ୍ଡାଣ୍ଟ ଇନ୍ ଚିଫ୍ ଡ଼କ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ କହିଲେ ଆଜି ଅପେରା ମନୋରଞ୍ଜନର ବଳିଷ୍ଠ ମାଧ୍ୟମରେ ପରିଣତ ହୋଇଛି । ବିଶେଷକରି ରାତି ଅନିଦ୍ରା ନହୋଇ ଘରେ ବସି ବିଭିନ୍ନ ଟିଭି ଚ୍ୟାନେଲରେ ଅପେରା ଦେଖିବାକୁ ଲୋକଙ୍କର ଆଗ୍ରହ ଦିନକୁ ଦିନ ବଢିଚାଲିଛି । ଏଥିରେ ପୂର୍ବତନ ମନ୍ତ୍ରୀ ଡ଼ାକ୍ତର ଦେବେନ୍ଦ୍ର ନାଥ ମାନସିିଂହ, ବାଘାଜତିନ ଗଣନାଟ୍ୟର ପ୍ରତିଷ୍ଠାତା ରବିନ୍ଦ୍ର କୁମାର ରାୟ, ଆଚିଭର ଫାଉଣ୍ଡେସନର ନିର୍ଦ୍ଦେଶିକା ଅରୁନ୍ଧତୀ ସୁନ୍ଦରାୟ, ଓଡ଼ିଶା ବୀର ମହାସଂଘର ସଭାପତି ଡ଼କ୍ଟର ପ୍ରକାଶ ଶ୍ରୀଚନ୍ଦନ, ଗ୍ରୀନ୍ କମାଣ୍ଡାଣ୍ଟ ମୋନା ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଗୋପାଳ ଚନ୍ଦ୍ର ତ୍ରିପାଠୀଙ୍କୁ ନାଟ୍ୟ ଶିରୋମଣି, ସଞ୍ଜୟ ଭୋଳଙ୍କୁ ନାଟ୍ୟ ରତ୍ନ, ସଞ୍ଜୟ ମାଝୀଙ୍କୁ ନାଟ୍ୟ ଗୌରବ, ନମିତା ବେହେରା ଓ ପ୍ରିୟଙ୍କା ପ୍ରମୁଖ ୩୦ ଜଣ କଳାକାରଙ୍କୁ ଚନ୍ଦନ ଆୱାର୍ଡ଼ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପ୍ରଧ୍ୟାପକ ଅଜୟ ସ୍ୱାଇଁ, ବିଶ୍ୱଜିତ ବଳିଆରସିଂହ ପରିଚାଳନା କରିଥିଲେ । ଆସନ୍ତା ୧୪ ତାରିଖ ଦିନ ଏହି ଉତ୍ସବ ଉତ୍‌ଯାପିତ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ