ବ୍ୟାପକ ବର୍ଷାରେ ଫସଲହାନୀର କ୍ଷତି ପୁରଣ ପ୍ରଦାନ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର
କେନ୍ଦ୍ରାପଡ଼ା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁର ପଂଚାୟତର ଦେପୁର ଓ ନାଗପୁରା ଗ୍ରାମର ଚାଷୀମାନେ ମଙ୍ଗଳବାର ଅପରାହ୍ନରେ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି ଯେ ଗତ ୨୦୧୮ ମସିହା ସେପ୍ଟେମ୍ବରମାସ ୫ତାରିଖରେ ପ୍ରବଳ ବର୍ଷା ଫଳରେ ଧାନକ୍ଷେତ ପାଣିରେ ବୁଡି ରହିବାରୁ ଫସଲହାନୀ ହୋଇଥିଲା । ଚାଷୀମାନେ କ୍ଷତି ପୁରଣ ଦାବୀରେ ରାସ୍ତାରୋକ କରିବାରୁ ସେହି ସମୟରେ ପ୍ରଶାସନିକ ଅଧିକାରୀ କ୍ଷେତ୍ର ପରିଦର୍ଶନକରି ଫସଲ କ୍ଷୟକ୍ଷତିର ଆକଳନ ପୂର୍ବକ ରିପୋର୍ଟ ଜିଲ୍ଲା ପ୍ରଶାସନକୁ ପ୍ରଦାନ କରିଥିଲେ । କିନ୍ତୁ ଅଦ୍ୟାବଧି ଚାଷୀମାନଙ୍କୁ କୈାଣସି କ୍ଷତି ପୁରଣ ମିଳିଲା ନଥିବା ସେମାନେ ଅଭିଯୋଗ କରିଛନ୍ତି । ତେଣୁ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ତୁରନ୍ତ କ୍ଷତି ପୁରଣ ପ୍ରଦାନ କରାଯିବାକୁ ହୃଷିକେଶ ନାୟକ, ଫକିର ଚରଣ ନାୟକ, ପୂର୍ଣ୍ଣଚନ୍ଦ୍ର ପତି, ଜଗଦିଶ ପତି, ରମାକାନ୍ତ ନାୟକ ପ୍ରମୁଖ ଚାଷୀମାନେ ଜିଲ୍ଲାପାଳଙ୍କୁ ଭେଟି ଦାବି କରିଛନ୍ତି ।


