ହିଞ୍ଜିଳିରେ ବିଜେପିର ସିଏଏ ଜନ ସମର୍ଥନ ଅଭିଯାନ
ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ, ଶେଷଦେବ ସାହ ): ହିଂଜିଳି ନିର୍ବାଚନ ମଣ୍ଡଳୀ ବିଜେଡ଼ିର ଅଭେଦ ଦୁର୍ଗ ଭାବେ ସାରା ଓଡ଼ିଶାରେ ପରିଚିତ । ସାଧାରଣ ନିର୍ବାଚନ ପରଠାରୁ ବିଜେପି ଦଳ ପକ୍ଷରୁ କୌଣସି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର ଦେଖା ଯାଉନଥିଲା । ବୁଧବାର ସ୍ଥାନୀୟ ବ୍ଳକ ସିକିରି ଓ କଂଚୁରୁ ମଣ୍ଡଳ ଠାରେ ପୂର୍ବତନ ରାଜ୍ୟ ବିଜେପି ଉପସଭାପତି ଦେବାନନ୍ଦ ମହାପାତ୍ରଙ୍କ ନେତୃତ୍ୱରେ ଶତାଧିକ ଦଳୀୟ କର୍ମୀ ଘରକୁ ଘର ବୁଲି ସିଏଏ ସପକ୍ଷରେ ଜନ ସମର୍ଥନ ଜାଗରଣ ଅଭିଯାନ କାର୍ଯ୍ୟକ୍ରମ କରିଥିଲେ । ପୋଷ୍ଟକାର୍ଡ଼ ମାଧ୍ୟମରେ ଜନ ସାଧାରଣଙ୍କ ସ୍ୱାକ୍ଷର ସମ୍ବଳିତ କରି ଭାରତର ପ୍ରଧାନମନ୍ତ୍ରୀ ଉଦେଶ୍ୟରେ ପ୍ରେରିତ କରାଯାଉଅଛି । ଗ୍ରାମାଂଚଳରେ ସିଏଏ ସମର୍ଥନ କୁ ବିପୁଳ ପରିମାଣରେ ଜନ ସାଧାରଣଙ୍କ ଉତ୍ସାହ ସହ ବହୁତ ଦିନର ବ୍ୟବଧାନ ପରେ ଦଳୀୟ ନେତାଙ୍କୁ ଦେଖି ଦଳୀୟ କର୍ମୀ ଓ କର୍ମକର୍ତାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ଆଗାମୀ ୨୦ ତାରିଖ ପର୍ଯ୍ୟନ୍ତ ବିଜେପି ଦଳ ପକ୍ଷରୁ କର୍ମକର୍ତା ମାନେ ହିଂଜିଳି ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମ ପରିଭ୍ରମଣ କରି ୫୦ ହଜାରରୁ ଉର୍ଦ୍ଧ୍ୱ ସମର୍ଥକଙ୍କ ସ୍ୱାକ୍ଷର ସମ୍ବଳିତ ପୋଷ୍ଟକାର୍ଡ଼କୁ ପ୍ରଧାନମନ୍ତ୍ରୀଙ୍କନିକଟକୁ ପଠାଯିବ ବୋଲି ପୂର୍ବତନ ରାଜ୍ୟ ବିଜେପି ଉପସଭାପତି ମହାପାତ୍ର ଗଣମାଧ୍ୟମକୁ କହିଛନ୍ତି । ବୁଧବାର ଆୟୋଜିତ କାର୍ଯ୍ୟକ୍ରମରେ କଂଚୁରୁ ମଣ୍ଡଳ ସଭାପତି ରାମକୃଷ୍ଣ ମହାନ୍ତି, ସିକିରି ମଣ୍ଡଳ ସଭାପତି ରଶ୍ମିତା ବେହେରା, ଶ୍ରମିକ ନେତା ଲିଙ୍ଗରାଜ ଗୌଡ଼, ମହିଳା ମୋର୍ଚ୍ଚା ନେତ୍ରୀ କୁମ।।ରୀ ବରଡ଼, ଉମା ସାବତ, ଜଗନ୍ନାଥ ପ୍ରଧାନ, ସିମାଂଚଳ ନାହାକ, ରମେଶ ସାହୁ, କୁଂଜ ବିହାରୀ ସ୍ୱାଇଁ, ରଂଜନ ସେଠି, ପ୍ରଶାନ୍ତ ଗୌଡ଼, ଲିଟୁ ସ୍ୱାଇଁ, ପ୍ରଶାନ୍ତ ପାଣିଗ୍ରାହୀ, ସୁନିଲ ପଟ୍ଟନାୟକ, ନିରଂଜନ ପାଢି, ସିମାଂଚଳ ଖୁଂଟିଆ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।


