ଫନୀ ର ମୁକାବିଲା ପାଇଁ ଗଞ୍ଜାମ ରୁ ବାଲେଶ୍ୱର ଲୋକଙ୍କୁ ସ୍ଥାନାନ୍ତରଣ
ଯୁଗାବ୍ଦ ନ୍ୟୁଜ (ମନୋଜ କୁମାର ସାହୁ) : ସାମୁଦ୍ରିକ ଝଡ ଫନୀର ମୁକାବିଲା କରିବା ନିମନ୍ତେ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ସତର୍କ ଆଲର୍ଟ ରହିବା ପାଇଁ କହିଛନ୍ତି । ଫନୀ ଓଡିଶା ମୁୂହାଁ ହୋଇ ଉଗ୍ରରୁପ ନେବା କଥା ଭାରତୀୟ ପାଣିପାଗ ବିଭାଗ ତରଫରୁ ସୁୂଚନା ମିଳିବା ପରେ ୧୧ ଟି ଜିଲ୍ଲାକୁ ଆଲର୍ଟ କରାଯାଇଥିବା ବେଳେ ସାମୁୂଦ୍ରିକ ଉପକୁଳରେ ରହୁଥିବା ଜନସାଧାରଣ ମାନଙ୍କୁ ନିରାପଦ ସ୍ଥାନାନ୍ତରିତ କରାଯାଉଛି । ସାମୁଦ୍ରିକ ତଳିଆ ଅଂଚଳରେ ବସବାସ କରୁଥିବା ସମସ୍ତ ଜନସାଧାରଣଙ୍କୁ ଯୁୂଦ୍ଧକାଳିନ ପରିସ୍ଥ୍ିତିରେ ଉଦ୍ଧାର କାର୍ଯ୍ୟ ଜୋରଦାର କରାଯାଇଛି ।ଫନୀର ଏହି ସାମୁଦ୍ରିକ ଝଡ ଉଗ୍ରରୁପ ଲ୍ୟାଣ୍ଡଫଲ କରିଥିବା ବେଳେ ବେଳେ ପୁରୀ ସାତପଡା ଠାରେ ଏହା ଘୂର୍ଣ୍ଣିଝଡ ତାଣ୍ଡବ ଘଟାଇ ଜିଲ୍ଲା ମାନଙ୍କରେ ପ୍ରଭାବ ପକାଇବା ସହ ଜିଲ୍ଲା ଗୁଡିକରେ ୧୮୫ ରୁ ୨୦୫ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ତେଣୁ ରାଜ୍ୟ ସରକାର ଫନୀ ର ସାମୁଦ୍ରିକ ଝଡରେ ଭୟଭିତ ନହୋଇ ଫନୀର ସଠିକ ମୁକାବିଲା କରିବା ନିମନ୍ତେ ଲୋକମାନଙ୍କୁ ପରାମର୍ଶ ଦେବା ସହ ସାମୁଦ୍ରିକ ତଳିଆ ଅଂଚଳରେ ବାସ କରୁଥିବା ଲୋକମାନଙ୍କୁ ଉଦ୍ଧାର କରାଯାଇଛି । ଏହା ସହ ସାମୁଦ୍ରିକ ଝଡ ର ପ୍ରଭାବ ରେ ଜିଲ୍ଲା ଗୁଡିକରେ ଜୋର ବର୍ଷାହେବା ସହ ପ୍ରବଳ ପବନ ବହିବାର ସମ୍ଭାବନା ରହିଛି । ଏହି ଘୁର୍ଣ୍ଣଛଡ ପ୍ରଭାବରେ ଜିଲ୍ଲାଗୁଡିକରେ ବିଦ୍ୟୁତଖୁଣ୍ଟ ପଡିଯିବା ସହ ବିଦ୍ୟୁତ ସରବରାହ ବିଛିନ୍ନ ରହିବ ବୋଲି ଅନୁମାନ କରାଯାଉଛି । ଏହା ସହ ଚାଳ ଘର ଓ ଟିଣ ଘରେ ବସବାସ କରୁଥିବା ଲୋକମାନଙ୍କୁ ନିରାପଦ ସ୍ଥାନ ଗୁଡିକୁ ଯିବା ପାଇଁ ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି । ଗଞ୍ଜାମ ଠାରୁ ବାଲେଶ୍ୱର ପର୍ଯ୍ୟନ୍ତ ସମସ୍ତ ତଳିଆ ଅଂଚଳରେ ସତର୍କ ରହିବା ସହ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ରାଜ୍ୟସରକାର ନିର୍ଦେଶ ଦେଇଛନ୍ତି । ଏହା ସହ ଆବଶ୍ୟକିୟ ଶୁଖିଲା ସାମଗ୍ରୀ ବିସ୍କୁଟ ,ଆବଶ୍ୟକିୟ ପୋଷାକ ପତ୍ର , ମେଡିସିନ ସ୍ଥଗିତ ରଖିବା ପାଇଁ ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି । ଏହା ସହିତ ସମସ୍ତ ଜିଲ୍ଲାର ଡାକ୍ତର ମାନଙ୍କ ର ଚଳିତ ୧୫ ତାରିଖ ପର୍ଯ୍ୟନ୍ତ ୍ଛୁଟି ଘୋଷଣା ବାତିଲ କରାଯାଇଛି । ରାଜ୍ୟ ସରକାର ଲୋକମାନଙ୍କୁ ଫନୀ ର ପ୍ରଭାବରେ ବିଚଳିତ ନହୋଇ ଲୋକମାନଙ୍କୁ ଧୈାର୍ଯ୍ୟର ସହ ମୁକାବିଲା କରିବା ନିମନ୍ତେ ରାଜ୍ୟ ସରକାର ପରାମର୍ଶ ଦେବା ସହ ଫନୀର ଲୋକମାନଙ୍କର ସୁବିଧା ଅସୁବିଧା ପାଇଁ ହେଲପଲାଇନ ନମ୍ବର ଜାରୀ କରାଯାଇଛି ।