ବ୍ରାଜିଲରେ ବିବାହ ପୂର୍ବରୁ ସହବାସ ଉପରେ କଟକଣା

ଗତ କିଛି ବର୍ଷ ଧରି ବ୍ରାଜିଲ୍‌ରେ ଟିନ୍‌ଏଜ୍‌ ପ୍ରେଗ୍ନେନ୍ସି ରେଟ୍‌ ଦ୍ରୁତ ବେଗରେ ବଢ଼ି ଚାଲିଛି। ବ୍ରାଜିଲ୍‌ ସରକାର ଦେଶରେ ରହୁଥିବା ଯୁବପିଢ଼ିଙ୍କୁ ନେଇ ବହୁତ ଚିନ୍ତାରେ ଅଛନ୍ତି। ବ୍ରାଜିଲ୍‌ ସରକାର ଗତ କିଛି ମାସ ହେଲାଣି ନିଜ ଦେଶର ଯୁବପିଢ଼ିଙ୍କୁ ଶାରୀରିକ ସମ୍ପର୍କ ରଖିବା ପାଇଁ ବାହାଘର ପର୍ଯ୍ୟନ୍ତ ଅପେକ୍ଷା କରିବା ପାଇଁ ସନ୍ଦେଶ ଦେଉଛନ୍ତି।
ଲାଟିନ୍‌ ଆମେରିକାର ସବୁଠାରୁ ବଡ଼ ଦେଶ ବ୍ରାଜିଲ୍‌ରେ ବଢ଼ି ଚାଲିଥିବା ଟିନ୍‌ଏଜ୍‌ ପ୍ରେଗ୍ନେନ୍ସିକୁ ଦୃଷ୍ଟିରେ ରଖି ସରକାର ଯୁବପିଢ଼ିଙ୍କୁ ରୋକିବା, ନିଜକୁ ଦେଖିବା, କିଶୋରାବସ୍ଥାର ଆନନ୍ଦ ନେବା ଓ ଗର୍ଭବତୀ ନ ହେବା ଲାଗି ନୂଆ ସନ୍ଦେଶ ଦେଉଛନ୍ତି। ସରକାର ଚଳିତ ମାସରେ ଏକ ଅଭିଯାନ ଆରମ୍ଭ କରିଛନ୍ତି, ଯାହାରା ନାମ ‘ପ୍ରଥମେ କିଶୋରାବସ୍ଥା ଓ ପରେ ଗର୍ଭାବସ୍ଥା’। ଏହି ଅଭିଯାନ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏବଂ ପରିବାର ଓ ମାନବ ଅଧିକାର ମନ୍ତ୍ରାଳୟ ଦ୍ବାରା ମିଳିତ ଭାବେ ଚଳାଯାଉଛି।
ଲୋକଙ୍କ ପର୍ଯ୍ୟନ୍ତ ଏହି ସନ୍ଦେଶ ପହଞ୍ଚାଇବା ଲାଗି ସୋସାଲ ମିଡିଆର ସାହାରା ନିଆଯାଉଛି। ‘ହାଶଟ୍ୟାଗ୍‌ ଅଲ୍‌ ଇନ୍‌ ଗୁଡ୍‌ ଟାଇମ୍‌’ ସହିତ ପ୍ରମୋଟ୍‌ କରାଯାଉଛି। ବ୍ରାଜିଲ୍‌ର ମାନବାଧିକାର ଓ ପରିବାର ମନ୍ତ୍ରୀ ଡାମାରେସ୍‌ ଏଲ୍‌ଭେସ୍‌ଙ୍କ କହିବାନୁସାରେ ଏହି ଭଳି ଚିନ୍ତାଧାରା କୌଣସି ଅନ୍ତଦୃଷ୍ଟିରୁ ଆସି ନାହିଁ। କିମ୍ବା ସେମାନେ କୌଣସି ଆବେଗରେ ଆସି ଏଭଳି ଅଭିଯାନ ଚଳାଉ ନାହାନ୍ତି। ଏସବୁ କଥା ଉପରେ ଗତ ଏକ ବର୍ଷ ହେଲାଣି ଆଲୋଚନା ଚାଲିଥିଲା, କାରଣ ଟିନ୍‌ଏଜ୍‌ ପ୍ରେଗ୍ନେନ୍ସି ରେଟ୍‌ ହ୍ରାସ କରିବାର ଆବଶ୍ୟକତା ରହିଥିଲା ବୋଲି ଡାମାରେସ୍‌ କହିଛନ୍ତି। ଡାମାରେସ୍‌ ଆହୁରି ମଧ୍ୟ କହିଛନ୍ତି ଯେ ଏହି ବିଷୟ ଉପରେ କଥା ହେବା ପାଇଁ ସାହାସର ଆବଶ୍ୟକତା ରହିଛି। ଯାହା ତାଙ୍କ ସରକାରଙ୍କ ପାଖରେ ରହିଛି। ବ୍ରାଜିଲ ସରକାର ସେକ୍ସୁଆଲ ରିଲେସନ ବିଳମ୍ବରେ ଆରମ୍ଭ କରିବା ପାଇଁ ଜୋର୍‌ ଦେଉଛନ୍ତି। ଯୁବପିଢ଼ିଙ୍କଠାରେ ବଢ଼ି ଚାଲିଥିବା ପ୍ରେଗ୍ନେନ୍ସି ମାମଲା ମଧ୍ୟରେ ଏଭଳି ଅଭିଯାନ ଏକ ଉତ୍ତମ ଖବର ବୋଲି ଡାମାରେସ କହିଛନ୍ତି। ୧୫ ବର୍ଷୀୟା ଇସାବେଲା ବ୍ରିଟୋ କହିଛନ୍ତି ଯେ ଯଦି ଆପଣ ବାହାଘର ପୂର୍ବରୁ କୌଣସି ବ୍ୟକ୍ତିଙ୍କ ସହିତ ରିଲେସନଶିପ୍‌ରେ ଅଛନ୍ତି, ତେବେ ଆପଣଙ୍କ ଗର୍ଭବତୀ ହେବା ଓ ରୋଗରେ ପଡ଼ିବା ଆଶଙ୍କା ବହୁତ ମାତ୍ରାରେ ବଢ଼ି ଯାଇଥାଏ। ତେଣୁ ବାହାଘର ପର୍ଯ୍ୟନ୍ତ ଏଭଳି ସମ୍ପର୍କ ରଖିବାଠାରୁ ଦୂରେଇ ରହିବା ଉଚିତ।
ତେବେ ବ୍ରାଜିଲ୍‌ର ଯୁବପିଢ଼ିଙ୍କ କହିବାନୁସାରେ ସେକ୍ସ ଏଜୁକେସନ୍‌ ଅଭାବରୁ ଗର୍ଭଧାରଣା ଓ ଏଚ୍‌ଆଇଭି ଭଳି ମାମଲା ବଢ଼ି ଚାଲିଛି। ଏପରିସ୍ଥଳେ ନିଜ ଉପରେ ସଂଜମ ରଖିବା ବଦଳରେ ଗର୍ଭବତୀ ହେବାରୁ କିପରି ରୋକା ଯାଇପାରିବ, ସରକାର ଏହା ସୂଚନା ଦେବା ଉଚିତ ବୋଲି ସେମାନେ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ