ପୁଲ୍ଓ୍ଵାମା ଆକ୍ରମାଣକୁ ପୁରିଲା ଏକ ବର୍ଷ, ଗୁମୁରି ଗୁମୁରି କାନ୍ଦୁଛି ମାତୃଭୂମି

ନୂଆଦିଲ୍ଲୀ:- ଆଜି ପୁଲ୍ଓ୍ଵାମା ଆତଙ୍କବାଦୀ ଆକ୍ରମଣକୁ ବର୍ଷେ ପୂରିଲା । ୨୦୧୯ ମସିହା ଫେବ୍ରୁଆରି ୧୪ ତାରିଖ ଦିନ ଜମ୍ମୁ ଓ କଶ୍ମୀରର ପୁଲ୍ଓ୍ଵାମା ଠାରେ ୪୦ ଜଣ ବୀର ପୁତ୍ରଙ୍କୁ ହରାଇଥିଲା ଦେଶ । ହେଲେ ଆକ୍ରମଣ ଯେଉଁ କ୍ଷତ ସୃଷ୍ଟି କରିଛି ତାହା ଭରି ନାହିଁ । ଦେଶ ପାଇଁ ଜୀବନ ଦେଇଥିବା ସହିଦଙ୍କୁ ଆଜି ବି ଝୁରୁଛି ଜନ୍ମମାଟି । ଦେଶ ପାଇଁ ପ୍ରାଣବଳି ଦେଇଥିବା ସହିଦଙ୍କୁ ମନେ ପକାଇ ଗୁମୁରି କାନ୍ଦୁଛି ମାତୃଭୂମି । ସେଦିନ ଥିଲା ଫେବୃୟାରୀ ୧୪ ତାରିଖ । ରାଜପଥ ଉପରେ ଲମ୍ବା ଲାଇନ୍ ହୋଇ ଆଗକୁ ବଢ଼ୁଥିଲା ସିଆର୍ପିଏଫ୍ ଯବାନଙ୍କ କାଫିଲା । ୭୮ଟି ବସରେ ଟ୍ରାଂଜିଟ୍ କ୍ୟାମ୍ପରୁ ଫେରୁଥିଲେ ପ୍ରାୟ ଅଢ଼େଇ ହଜାର ଯବାନ । ସବୁ କିଛି ସ୍ୱାଭାବିକ୍ ଚାଲିଥିଲା । ହେଲେ ହଠାତ୍ ଖୁବ୍ ଜୋରରେ ଶୁଭିଲା ଏକ ବିସ୍ଫୋରଣର ଶବ୍ଦ । ଆଉ ଆଖି ଖୋଲି ଚାହିଁଲା ବେଳକୁ ସବୁ ଖିନଭିନ୍ ହୋଇସାରିଥିଲା । ବିସ୍ଫୋରଣ ଏତେ ଜୋରରେ ହୋଇଥିଲା ଯେ, ଆଖପାଖ ୧୦ରୁ ୧୨ କିଲୋମିଟର ଯାଏଁ ସାରା ଅଂଚଳ ଏକ ପ୍ରକାର ଦୋହଲି ଯାଇଥିଲା । ବିସ୍ଫୋରଣ ଶବ୍ଦ ନିରବୀ ଗଲା ପରେ ଯାହା ସାମ୍ନାକୁ ଆସିଲା, ସେହି ଭଳି ଘଟଣା, ଭାରତ ଇତିହାସରେ ହୁଏତ ପୂର୍ବରୁ କେବେ ଘଟିନଥିଲା । ଆତଙ୍କବାଦୀ ଆଦିଲ୍ ଅହମ୍ମଦର ଆତ୍ମଘାତୀ ବିସ୍ଫୋରଣରେ ଘଟଣାସ୍ଥଳରେ ହିଁ ଟଳିପଡିଲେ ସିଆର୍ପିଏଫର ୪୦ ଯବାନ । ଏତିକିରେ ସରିନଥିଲା ନରରାକ୍ଷସଙ୍କ ଆକ୍ରମଣ । କୋହଲା ପାଖର ସୁଯୋଗ ନେଇ ପୁଣି କରିଥିଲେ ଅନ୍ଧାଧୁନ୍ ଗୁଳିମାଡ଼ । ପାଲଟା ଗୁଳିମାଡ଼ କଲା ବେଳକୁ ଅନେକ କିଛି ହରାଇ ସାରିଥିଲା ଭାରତ । ଏଥିପାଇଁ ଦେଶବ୍ୟାପୀ କେତେଗୁଡ଼ିଏ କାର‌୍ୟ୍ୟକ୍ରମ ଆୟୋଜନ କରାଯାଇଛି । ସେଥିରୁ ଗୋଟାଏ ହେଉଛି ସହିଦ ଯବାନଙ୍କ ସ୍ମତିରେ ସ୍ମାରକୀ ଉତ୍ସର୍ଗ କାର‌୍ୟ୍ୟକ୍ରମ। ବିସ୍ଫୋରଣ ଘଟିଥିବା ସ୍ଥାନ ନିକଟରେ ଥିବା ଏକ ‘ସିଆର୍ପିଏଫ୍’ କ୍ୟାମ୍ପ୍ରେ ଏହି ସ୍ମାରକୀ ନିର୍ମାଣ କରାଯାଇଛି । ଏହି ସ୍ମାରକୀରେ ସହିଦ ହୋଇଥିବା ୪୦ଜଣ ଯବାନଙ୍କ ନାମ ଓ ଫଟୋ ରହିଛି। ଏହା ଛଡ଼ା ଏଥିରେ ଲେଖାଯାଇଛି ‘ସେବା ଓ ନିଷ୍ଠା’ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ