ଦୁଇଦିନିଆ ଜାତୀୟ କର୍ମଶାଳା ଓ ଖାଦ୍ୟମେଳା ଉଦ୍‌ଘାଟିତ

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍‌): ବୀର ସୁରେନ୍ଦ୍ର ସାଇ ନଗରସ୍ଥିତ ହୋଟେଲ ମ୍ୟାନେଜମେଣ୍ଟ ସଂସ୍ଥାନ, ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ ଅଧିନସ୍ଥ ୨୧ଟି କେନ୍ଦ୍ରୀୟ ହୋଟେଲ ମ୍ୟାନେଜମେଣ୍ଟ ସଂସ୍ଥା ମଧ୍ୟରୁ ଅନ୍ୟତମ ତଥା ନିଜ ବର୍ଗର ଏକ ଉତ୍କୃଷ୍ଟ ଶିକ୍ଷା ସଂସ୍ଥାନ ।ପର୍ଯ୍ୟଟନ ମନ୍ତ୍ରଣାଳୟ ଭାରତ ସରକାରଙ୍କ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଯୋଜନା ତଥା ‘କର୍ମଚାରୀ ଓ ଛାତ୍ର ବିନିମୟ’ ମାଧ୍ୟମରେ ଭାରତର ବିଭିନ୍ନ ରାଜ୍ୟର ଆଞ୍ଚଳିକ ଖାଦ୍ୟ ବିଷୟରେ ଅବଗତ କରାଇବା ନିମନ୍ତେ ହୋଟେଲ ମ୍ୟାନେଜମେଣ୍ଟ ସଂସ୍ଥାନ ଭୁବନେଶ୍ୱର ଓ ହୋଟେଲ ମ୍ୟାନେଜମେଣ୍ଟ ସଂସ୍ଥାନ ମୁମ୍ବାଇର ମିଳିତ ଆନୁକୂଲ୍ୟରେ ବୀର ସରେନ୍ଦ୍ର ସାଇ ନଗରସ୍ଥିତ ହୋଟେଲ ମ୍ୟାନେଜମେଣ୍ଟ ସଂସ୍ଥାନରେ ୧୪ ଫେବୃୟାରୀ ୨୦୨୦ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି ‘ମରାଠୀ ଖାଦ୍ୟୋତ୍ସବ’ । ଏତଦ୍ ବ୍ୟତୀତ ସଂସ୍ଥାନ ଦ୍ୱାରା ୧୪ ଏବଂ ୧୫ ଫେବୃୟାରୀକୁ ‘ଆତିଥ୍ୟି ଓ ପର୍ଯ୍ୟଟନ ଶିଳ୍ପରେ ଉଦ୍ୟମଶୀଳତା-ନୂତନ ଟ୍ରେଣ୍ଡ ଓ ତାର ଆହ୍ୱାନ’ ବିଷୟବସ୍ତୁ ଉପରେ ଏକ ଦୁଇଦିନିଆ ଜାତୀୟସ୍ତରୀୟ ସମ୍ମିଳନୀ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ସମ୍ମାନନୀୟ ରାଜ୍ୟ ମନ୍ତ୍ରୀ, ପର୍ଯ୍ୟଟନ ବିଭାଗ, ଓଡ଼ିଶା ସରକାର ଓ ଶ୍ରୀ ସୁବ୍ରତୋ ବାଗ୍‌ଚି, ଅଧ୍ୟକ୍ଷ, ଓଡ଼ିଶା କୌଶଳ ବିକାଶ ନିୟୋଗଙ୍କ କରକୂଲ୍ୟରେ ଉଦ୍‌ଘାଟିତ ହୋଇଥିଲା ଏହି ସମ୍ମିଳନୀ । ଅନ୍ୟ ସମ୍ମାନନୀୟ ଅତିଥିମାନଙ୍କ ମଧ୍ୟରେ ଶ୍ରୀ ବିଶାଳ ଦେବ, ଆଇଏଏସ୍‌., ଆୟୁକ୍ତ ସହ ସଚିବ, ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ, ଆଇଏଏସ୍‌, ନିର୍ଦ୍ଦେଶକ, ପର୍ଯ୍ୟଟନ ବିଭାଗ, ଓଡ଼ିଶା ସରକାର ଏବଂ ଅନେକ ପ୍ରମୁଖ ସଚିବ, ଅଧିକାରୀ, ପ୍ରସିଦ୍ଧ ସେଫ୍‌, ହୋଟେଲ ଶିଳ୍ପପତି ଓ ମନ୍ତ୍ରୀ ଏହି ଉତ୍ସବରେ ଯୋଗଦାନ କରି ଏହାକୁ ସାଫଲ୍ୟ ମଣ୍ଡିତ କରିଥିଲେ । ସମ୍ମିଳନୀ ଶେଷରେ ସଂସ୍ଥାର ପ୍ରାଧାନଚାର୍ଯ୍ୟା ଶ୍ରୀମତୀ ଶାରଦା ଘୋଷ ସମ୍ମିଳନୀର ବିପୁଳ ସଫଳତା ପାଇଁ ସଂସ୍ଥାନର କର୍ମଚାରୀ, ଛାତ୍ରଛାତ୍ରୀ ଏବଂ ଅତିଥିବୃନ୍ଦଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । କାର୍ଯ୍ୟକ୍ରମଟିକୁ ଅବିନାଶ ଦାଶ ଏବଂ ଅନ୍ୟମାନେ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ