ଅକ୍ଷୟଙ୍କ ଫଟୋକୁ ନେଇ ଚର୍ଚ୍ଚା
ବଲିଉଡ୍ର ଖିଲାଡ଼ି ହିରୋ ଅକ୍ଷୟ କୁମାର ଶୁକ୍ରବାର ସୋସାଲ ନେଟୱର୍କିଂ ସାଇଟ୍ ଇନ୍ଷ୍ଟାଗ୍ରାମ୍ରେ ଏକ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ସେ ତିନୋଟି ଚରିତ୍ରରେ ନଜର ଆସୁଛନ୍ତି। ପ୍ରଥମ ଥର ଲାଗି ଅକ୍ଷୟ କୌଣସି ସିନେମାରେ ତିନୋଟି ଚରିତ୍ରରେ ଦେଖାଯାଇ ପାରନ୍ତି। ତେବେ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ ଯେ ଏହି ଅବତାର ଅକ୍ଷୟ କେଉଁ ଫିଲ୍ମ ବା କେଉଁ ବ୍ରାଣ୍ଡ ପାଇଁ ନେଇଛନ୍ତି। ତେବେ ଅକ୍ଷୟଙ୍କ ଏହି ପୋଷ୍ଟର କୌଣସି ଫିଲ୍ମ ଆଡ଼କୁ ଇଶାରା କରୁଛି। ଯାହାର ନାମ ‘ବାପ୍ ରେ ବାପ୍’ ବୋଲି ଜଣାପଡ଼ିଛି। ଯଦି ଏହା କୌଣସି ବ୍ରାଣ୍ଡର ହୋଇଥାଏ, ତେବେ ଏହା କୌଣସି ସ୍ନାକ୍ସ ପାଇଁ ମସଲାଦାର ଚରିତ୍ରରେ ନଜର ଆସିବାକୁ ଯାଉଛନ୍ତି। ଏହାର ଏ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ। ଏହି ଫଟୋ ଶେୟାର କରି ଅକ୍ଷୟ ଲେଖିଛନ୍ତି ଯେ ‘ଏକ୍ ସେ ଭଲେ ଦୋ, ଦୋ ସେ ଭଲେ ତିନ୍। ବାପ୍ ରେ ବାପ୍’।
ସେହିପରି ଅକ୍ଷୟ ଆଜିକାଲି ନିଜର ବହୁପ୍ରତୀକ୍ଷିତ ସିନେମା ‘ସୂର୍ଯ୍ୟବଂଶୀ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ତାଙ୍କ ସହିତ କ୍ୟାଟ୍ରିନା କୈଫ୍ ମଧ୍ୟ ନଜର ଆସିବାକୁ ଯାଉଛନ୍ତି। ଏହି ଫିଲ୍ମ ଆସନ୍ତା ମାସ ୨୭ ମାର୍ଚ୍ଚରେ ରିଲିଜ୍ ହେବାକୁ ଯାଉଛି। ରୋହିତ ଶେଟ୍ଟୀଙ୍କ ଦ୍ବାରା ନିର୍ଦେଶିତ ଏହି ଫିଲ୍ମରେ ଜ୍ୟାକି ଶ୍ରଫ୍, ଗୁଲସନ ଗ୍ରୋଭର ଓ ସିକନ୍ଦର ଖେର ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରୁଛନ୍ତି। ଏହି ଫିଲ୍ମକୁ କରନ ଜୋହରଙ୍କ ସହିତ ମିଶି ରୋହିତ ଶେଟ୍ଟୀ ପ୍ରଯୋଜନା କରୁଛନ୍ତି। ଏବେ ଫିଲ୍ମର ଶୁଟିଂ ଶେଷ ହୋଇସାରିଛି। ସୂଚନାଯୋଗ୍ୟ ଯେ ଏହି ଫିଲ୍ମରେ ଅକ୍ଷୟ କୁମାରଙ୍କ ସହ ‘ସିଂଘମ’ ଅଜୟ ଦେବଗନ ଓ ‘ସିମ୍ବା’ ରଣବୀର ସିଂଙ୍କ ଏକ ଝଲକ ଦେଖିବାକୁ ମିଳିବ।


