ପୁଣି ଖତରନାକ ଅବତାରରେ ଭଲ୍ଲାଲଦେବ

ଫିଲ୍ମ ‘ବାହୁବଲୀ’ ମାଧ୍ୟମରେ ବଲିଉଡ୍‌ ସହିତ ପୂରା ଦୁନିଆରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିବା ଅଭିନେତା ରାଣା ଦଗ୍‌ଗୁବତୀ ପୁଣିଥରେ ବଡ଼ ପରଦାରେ ଧମାଲ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏବେ ରାଣା ନିଜର ବହୁପ୍ରତୀକ୍ଷିତ ସିନେମା ‘ହାଥୀ ମେରେ ସାଥୀ’କୁ ନେଇ ଖୁବ୍‌ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ତାଙ୍କ ସହିତ ବଲିଉଡ୍‌ ଅଭିନେତା ପୁଲକିତ ସମ୍ରାଟ ମଧ୍ୟ ନଜର ଆସୁଛନ୍ତି। ଏବେ ଏହି ଫିଲ୍ମର ଭିଡ଼ିଓ ଟିଜର ରିଲିଜ୍‌ କରାଯାଇଛି, ଯାହା ବେଶ୍‌ ଦମ୍‌ଦାର ହୋଇଛି। ୧ମିନିଟ୍‌ ୧୫ ସେକେଣ୍ଡର ଏହି ଭିଡ଼ିଓ ଟିଜରରେ ରାଣାଙ୍କ ଅବତାର ଖତରନାକ ହୋଇଛି।
ଏହି ଫିଲ୍ମର ନାମ ୧୯୭୧ରେ ରିଲିଜ୍‌ ହୋଇଥିବା ରାଜେଶ ଖାନ୍ନାଙ୍କ ଫିଲ୍ମ ‘ହାଥୀ ମେରେ ସାଥୀ’ ନାମ ଅନୁସାରେ ଦିଆଯାଇଛି। ଏହି ଫିଲ୍ମ ଚଳିତ ବର୍ଷ ୨ ଏପ୍ରିଲ୍‌ରେ ସିନେମାଘରେ ରିଲିଜ୍‌ ହେବାକୁ ଯାଉଛି। ଏଥିରେ ରାଣା ଦଗ୍‌ଗୁବତୀ ବଳଦେବ ନାମକ ଜଣେ ଖତରନାକ ବ୍ୟକ୍ତି ଚରିତ୍ରରେ ଅଭିନୟ କରୁଛନ୍ତି। ଏହି ଫିଲ୍ମ ହିନ୍ଦୀ, ତେଲୁଗୁ ଓ ତାମିଲ ଭାଷାରେ ରିଲିଜ୍‌ ହେବ। ସୂଚନାଯୋଗ୍ୟ ଯେ ଏହି ଫିଲ୍ମ ରାଜେଶ ଖାନ୍ନାଙ୍କ ଫିଲ୍ମ ‘ହାଥୀ ମେରେ ସାଥୀ’ର ରିମେକ ସିନେମା ନୁହେଁ। ଏହାର କାହାଣୀ ଏକ ସତ୍ୟ ଘଟଣା ଉପରେ ଆଧାରିତ। କେବଳ ସେତିକି ନୁହେଁ, ଏହି ଫିଲ୍ମ ଜରିଆରେ ନିର୍ଦେଶକ ପ୍ରଭୁ ସୋଲୋମୋନ ବଲିଉଡ୍‌ ଇଣ୍ଡଷ୍ଟ୍ରୀରେ ଡେବ୍ୟୁ କରିବାକୁ ଯାଉଛନ୍ତି।
ସୂଚନାଯୋଗ୍ୟ ଯେ ରାଣା ଦଗ୍‌ଗୁବତୀ ହିନ୍ଦୀ ଫିଲ୍ମ ଦର୍ଶକଙ୍କ ମଧ୍ୟରେ ଭଲ୍ଲାଲଦେବ ଚରିତ୍ରରେ ଜଣାଶୁଣା ଅଟନ୍ତି। ଏବେ ‘ହାଥୀ ମେରେ ସାଥୀ’ରେ ତାଙ୍କ ନୂଆ ଅନ୍ଦାଜ ଦେଖି ତାଙ୍କ ପ୍ରଶଂସକ ବେଶ୍‌ ଖୁସି ହୋଇଯିବେ। ରାଣା ଶେଷଥର ପାଇଁ ‘ହାଉସ୍‌ଫୁଲ୍‌ ୪’ରେ ନଜର ଆସିଥିଲେ। ଯେଉଁଥିରେ ତାଙ୍କ ଚରିତ୍ର ଛୋଟ ଥିଲେ ମଧ୍ୟ ବହୁତ ଗୁରୁତ୍ବପୂର୍ଣ୍ଣ ଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ