ବାତ୍ୟା ଫୋନୀର ପ୍ରଭାବ ସରକାରୀ ଭାବେ ୧ ଓ ବେସରକାରୀ ଭାବେ ୨ ମୃତ , ଞ୍ଚବିଦ୍ୟୁତ ସରବରାହ ବନ୍ଦ,ଗଛ ଉପୁଡି ରାସ୍ତା ବନ୍ଦ

ନାଉଗାଁ : ନାଉଗାଁ ବ୍ଲକରେ ବାତ୍ୟା ଫୋନିର ପ୍ରଭାବ ଶୁକ୍ରବାର ସକାଳୁ େଦେଖିବାକୁ ମିଳିଥିଲା । ପବନ ସାଙ୍ଗକୁ ତୁହାକୁ ତୁହା ବର୍ଷା ଲାଗି ରହିଥିବା ଫଳରେ ବଡ ବଡ ଗଛ,କଚ୍ଚାଘର,ଗୁହାଳ ଭାଙ୍ଗିବା ସହିତ ଦୋକାନ ଗୃହର ଟିଣ ଛପର ଆଦି ଉଡିଯାଇଥିଲା । ପବନର ବେଗ ଏତେ ଥିଲା ଯେ କେହି ବାହାରକୁ ବାହାରି ପାରି ନଥିଲେ । ଭାଙ୍ଗି ପଡିଥିବା ଗଛ ଗୁଡିକୁ ପ୍ରଶାସନ ଓ ଗ୍ରାମବାସୀଙ୍କ ପକ୍ଷରୁ ସଫେଇ କରାଯାଇ ରାସ୍ତା ସଫା କରାଯାଇଥିଲା । ଏଥିରେ ବିଦ୍ୟୁତ ଖୁଂଟ ଓ ତାର ଛିଣ୍ଡି ପଡିବା ଦ୍ୱାରା ବ୍ଲକକୁ ସଂପୂର୍ଣ୍ଣ ଭାବେ ବିଦ୍ୟୁତ ସରବରାହ ବନ୍ଦ ରହିଛି । ଏଥିରେ ୪୫୦ରୁ ଉର୍ଦ୍ଧ ବିଦ୍ୟୁତ ଖୁଂଟ ଓ ୫ଟି ଡିପି(ସବଷ୍ଟେସନ) ଭାଙ୍ଗି ପଡିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବାତ୍ୟା ସମୟରେ ସରକାରୀ ସୂତ୍ରରୁ ଓଷକଣା ପଂଚାୟତ ନୟାସିଂଗଡା ଗ୍ରାମର କାମିନୀ ମହାରଣା(୬୪)ଙ୍କର ମୃତ୍ୟୁବରଣ ହୋଇଥିବା ଥାନାଧିକାରୀ ପ୍ରଜ୍ଞା ରିତାମ୍ବର କର ପ୍ରକାଶ କରିଛନ୍ତି । ସେହିପରି ବେସରକାରୀ ଭାବେ ଜାମୁଗାଁ ପଂଚାୟତ ଚକୁଳିପଡା ଗ୍ରାମର ଝୁମୁରୀ ସେଠୀ(୬୫) ଓ ତିରୁଣା ପଂଚାୟତ ତେଂଟୋଇ ଗ୍ରାମର ଅମରେଶ୍ୱର ସ୍ୱାଇଁ ମୃତ୍ୟୁବରଣ କରିଥିବା ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି । କ୍ଷୟକ୍ଷତିର ଆକଳନ ଚାଲିଥିବାରୁ ସଠିକ ତଥ୍ୟ ମିଳି ନଥିବା ବିଡିଓ ରଶ୍ମୀରେଖା ମଲ୍ଲିକ ପ୍ରକାଶ କରିଛନ୍ତି । ପ୍ରକାଶ ଥାଉକି ବାତ୍ୟାର ପୂର୍ବ ଦିନରେ ବ୍ଲକ ପ୍ରଶାସନ ପକ୍ଷରୁ ୫୩୫ ଜଣଙ୍କୁ ଅସୁରକ୍ଷିତ ସ୍ଥାନରୁ ବ୍ଲକର ୭ଟି ସ୍ଥାନକୁ ସ୍ଥାନାନ୍ତରିତ କରାଯାଇ ରାନ୍ଧା ଖାଦ୍ୟ ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ