ଗଂଜାମରୁ ହତ୍ୟାକାରୀକୁ ଗିରଫ କଲା ପଶ୍ଚିିମବଙ୍ଗ ପୋଲିସ

ଗଞ୍ଜାମ : ପଶ୍ଚିମ ବଙ୍ଗରେ ଏକ ହତ୍ୟା ଘଟଣାରେ ସଂପୃକ୍ତ ଥିବା ଦୁଇଜଣଙ୍କୁ ଗଂଜାମ ସହରରୁ ଗଂଜାମ ପୋଲିସ ସହାୟତାରେ ଗିରିଫ କରିଛି ପଶ୍ଚିମ ବଙ୍ଗ ପୋଲିସ।
ପଶ୍ଚିମବଙ୍ଗର କଲିକତାର 58ପ୍ରାଙ୍ଗରର ସପ୍ତଗ୍ରାମର ସୁଜୟ ଦାସ ତାଙ୍କର ସ୍ତ୍ରୀ ଦିଶାନି ଦାସ ଠିଆ ହୋଇ କଥା ବାର୍ତା ହୋଉଥିବା ବେଳେ ଉକ୍ତରାସ୍ତାରେ ଜୈନକ ଯୁବକ ତାର ବାପାଙ୍କୁ ସାଇକେଲରେ ବସାଇ ଧରି ଯାଉଥିବା ବେଳେ ସୂର୍ଯ୍ୟଙ୍କ ସ୍ତ୍ରୀଙ୍କୁ ବାଜିଯାଇଥିଲା । ଫଳରେ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ସହ ମାରପିଟି ହୋଇଥିଲା । ଫଳରେ ସାଇକେଲ ଆରୋହୀ ଯୁବଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ଫଳରେ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲା । ସାତ ଦିନ ପରେ ଚିକିତ୍ସିତ ହେଉଥିବା ସମୟରେ ମୃତ୍ୟୁ ତାଙ୍କର ଘଟିଥିଲା । ଏପରି ମୃତୁ ଖବର ପାଇ ସୂଜୟ ଓ ତାଙ୍କର ସ୍ତ୍ରୀ ସେଠାରୁ ଫେରାର ହୋଇ ଗଞ୍ଜାମର ପଣ୍ଡା ସାହିରେ ଆତ୍ମଗୋପନ କରି ରହିଥିଲେ । ପଶ୍ଚିମ ବଙ୍ଗ ପୋଲିସ ମୋବାଇଲ ଟ୍ରାକ କରି ଜାଣିବା ପରେ ଗଞ୍ଜାମ ଥାନା ସହାୟତାରେ ଗତ କାଲି ମଧ୍ୟ ରାତ୍ରିରେ ଗିରିଫ କରିଥିଲେ । ପରେ ଛତ୍ରପୁର ଏସଡ଼ିଜେମ କୋର୍ଟରେ ହାଜିର କରି ରିମାଣ୍ଡରେରେ ପଶ୍ଚିମ ବଙ୍ଗ ନେଇଥିବା ଜଣା ପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ