ଅସାବଧାନତା ପାଇଁ ଚାଲିଗଲା ୩ ବର୍ଷ ଶିଶୁର ଜୀବନ
ଋାଇରଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍): ରାଇରଂଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଚମ୍ପାଉଦା ଗ୍ରାମରେ ଏକ ଦୁଖଦ ଘଟଣା ଘଟିଛି । ଜଣେ ୩ ବର୍ଷର ଶିଶୁ ପୋଖରୀ ରେ ବୁଡି ମୃତ୍ୟୁ ହୋଇଛି । ଏଭଳି ଘଟଣା ପରିବାରେ ଶୋକର ଛାୟା ଖେଳିଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଚମ୍ପାଉଦା ଗ୍ରାମର ମନେ୍ାଜ କୁମ୍ଭାକାରଙ୍କ ସ୍ତ୍ରୀ ଶନିବାର ପ୍ରାୟ ୧୨ ଟାରେ ୩ ବର୍ଷର ଶିଶୁ ପୁତ୍ରକୁ ଧରି ଲୁଗା ସଫା କରିବା ନିମନ୍ତେ ନିକଟ ପୋଖରୀକୁ ଯାଇଥିଲେ । ମା ଶିଶୁ ଟିକୁ ଛାଡି ପୋଖରି ତୁଠରେ ଲୁଗା ସଫା କରୁଥିବା ସମୟରେ ଶିଶୁଟି କେତେବେଳେ ପାଣିଭିତରେ ବୁଡି ଯାଇଥ୍ôଲେ ଜାଣି ପାରିନଥିଲେ । କିଛି ସମୟ ପରେ ଶିଶୁ କଥା ମନେ ପଡିଲା ସେତେ ବେଳକୁ ଶିଶୁଟି ପୋଖରୀରେ ବୁଡି ପାଣି ପିଇଦେଇଥିଲା । ଏହା ପରେ ଶିଶୁଟିକୁ ବାଇକ ଯୋଗେ ନିକଟସ୍ଥ ମେଡିକାଲକୁ ପଠାଇଥିଲେ । ଡାକ୍ତର ସେଠାରେ ଶିଶୁଟିକୁ ମୃତ ଘୋଷଣା କରିଥିଲେ । ଏହା ପରେ ମେଡିକାଲ ପରିବେଶ କନ୍ଦ୍ରନରେ କମ୍ପି ଉଠିଥିଲା ।


