ବି.କରଡ଼ାବାଡ଼ି ବିଜେଡି ସକ୍ରିୟ ସଭ୍ୟଙ୍କ ବୈଠକ

ବୁଗୁଡା ,(ଅନିଲ ମହାରଣା):ବୁଗୁଡା ବ୍ଲକର ବି.କରଡ଼ାବାଡ଼ି ପଞ୍ଚାୟତ ବିଜୁ ଜନତା ଦଳର ସକ୍ରିୟ କର୍ମୀଙ୍କ ଏକ ବୈଠକ ବି.ବ୍ରହ୍ମପୁରସ୍ଥ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଶନିବାର ଦିନ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବ୍ଲକ ସଭାପତି ଇ ମଦନ ଗୋପାଳ ଦୋରା ଅଧ୍ୟକ୍ଷତା କରିଥିଲେ। ଏଥିରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦଳୀୟ କର୍ମୀଙ୍କୁ ଉଦବୋଧନ ଦେଇଥିଲେ।ଆଗକୁ ବି.କରଡ଼ାବାଡ଼ି ପଞ୍ଚାୟତର ସରପଞ୍ଚ ପଦବୀ ପାଇଁ ଉପନିର୍ବାଚନ ହେବାକୁ ଥିବାବେଳେ ବିଜୁ ଜନତା ଦଳକୁ ସୁଦୃଢ କରବା ପାଇଁ ଆଲୋଚନା ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଦସ୍ୟ ରେବତୀ ମୋହନ ନାୟକ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଦେବରାଜ ବେହେରା,ପୂର୍ବତନ ସରପଞ୍ଚ ମୁରଲୀଧର ନାୟକ,ପୂର୍ବତନ ସରପଞ୍ଚ କବିରାଜ ଗୌଡ଼, ଗୋପାଳ ଚନ୍ଦ୍ର ନାୟକ ପ୍ରମୁଖଙ୍କ ସମେତ ବହୁ ଦଳୀୟ କର୍ମୀ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ