ସ୍କୁଲ ଭ୍ୟାନ୍‌ରେ ଲାଗିଲା ନିଆଁ, ଜଳିଗଲେ ୪ ଛାତ୍ର

ଚଣ୍ଡୀଗଡ : ପଞ୍ଜାବର ଚଣ୍ଡୀଗଡରେ ଏକ ଅଘଟଣ ଘଟିଛି । ସ୍କୁଲ ଭ୍ୟାନ୍‌ରେ ନିଆଁ ଲାଗିଯିବା କାରଣରୁ ୪ ଜଣ ଛାତ୍ର ଜୀବନ୍ତ ଦଗ୍ଧ ହୋଇଛନ୍ତି । ଭ୍ୟାନ୍‌ରେ ସମୁଦାୟ ୧୦ରୁ ୧୨ ଜଣ ଛାତ୍ର ରହିଥିବା ବେଳେ ବିଲରେ କାମ କରୁଥିବା ଶ୍ରମିକ ବାକି ଛାତ୍ରଙ୍କୁ ଉଦ୍ଧାର କରିଛନ୍ତି । ସ୍କୁଲରୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଥିଲା । ସନ୍‌ଗ୍ରୁର୍‌ର ଏକ ସ୍କୁଲରୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ସନ୍‌ଗ୍ରୁରର ଡିସିପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ଘଟଣାର ଜିଲ୍ଲାପାଳ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ । ଘଟଣାର ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ