ବାଇକ ଦୁର୍ଘଟଣାରେ ୨ ଯୁବକ ଗୁରୁତର
ବୁଗୁଡା,(ଯୁଗାବ୍ଦ ନ୍ୟୁଜ୍): ବୁଗୁଡା ଠାରୁ ମାତ୍ର ୪ କିଲୋମିଟର ଦୁର କଦମ୍ବ ମଠ ନିକଟରେ ବାଇକରୁ ଖସି ୨ ଜଣ ଯୁବକ ଗୁରୁତର ଆହାତ ହୋଇଛନ୍ତି । ଆହାତ ଯୁବକ ମାନେ ବି ବ୍ରହ୍ମପୁର ଗ୍ରାମର ବୋଲି ଜଣାପଡିଛି । ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ବୁଗୁଡା ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ୟ୍ୟ ପରିଦର୍ଶନରେ ଗାଡିରେ ଯାଉଥିବା ସମୟରେ ହଠାତ୍ ଦୂର୍ଘଟଣା ଦେଖି ଗାଡିରୁ ଓହ୍ଲାଇ ୨ ବ୍ୟକ୍ତିଙ୍କୁ ଉଦ୍ଧାର କରି ତହସିଲଦାରଙ୍କ ଗାଡିରେ ବୁଗୁଡା ମେଡିକାଲରେ ଭର୍ତ୍ତିକରିଥିଲେ । ଏଥିସହ ମେଡିକାଲରେ ପହଞ୍ଚି ଆହାତ ମାନଙ୍କ ଚିକିତ୍ସା ନିମନ୍ତେ ୨ ହଜାର ଟଙ୍କା ପ୍ରଦାନ କରିଥିଲେ । ଏଭଳି ପୋଲସରା ବିଧାୟକଙ୍କ ମହନୀୟତା କାର୍ଯ୍ୟ ପାଇଁ ବୁଦ୍ଧିଜୀବି ମହଲରେ ବେଶ ପ୍ରଂଶସା କରାଯାଇଛି ।