୬୧ଜଣ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌): ହାଟଡିହି ବ୍ଲକ ବଡରମ୍ପାସ ପଞ୍ଚାୟତରେ ୬୧ଜଣ ନୁତନ ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରାଯାଇ ଭତ୍ତା ଯୋଗାଇ ଦିଆଯାଇଛି । ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ଉତ୍ସବରେ ସରପଞ୍ଚ କାବେରୀ ସାହୁ, ଜିଲ୍ଲାପରିଷଦ ସଦସ୍ୟ ସୁରେନ୍ଦ୍ର କୁମାର ଜେନା ଅତିଥି ଭାବେ ଯୋଗଦେଇ ବଡରମ୍ପାସ, ଟୁକୁଣା, ଇଶଳା, ନୁଆରମ୍ପାସ, ଗୁହାଳଗଡିଆ ଆଦି ଗ୍ରାମର ୬୨ଜଣ ବୃଦ୍ଧବୃଦ୍ଧାଙ୍କୁ ଦୁଇମାସର ଭତ୍ତା ବଣ୍ଟନ କରିଥିଲେ । ପିଇଓ ମହେଶ୍ୱର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ସମାଜସେବୀ ବଳରାମ ସାହୁ, ଭୀମସେନ ପେରେଇ, ଦେବେନ୍ଦ୍ର ଜେନା, ରବିନ୍ଦ୍ର ଜେନା, ସନ୍ତୋଷ ଜେନା, ପ୍ରଶାନ୍ତ ପାତ୍ର, ଗୋଲେଖ ସେନାପତି, ଭାଗବତ ବେହେରା, ମହେଶ୍ୱର ସୁତାର, ନିରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିବାବେଳେ ଜିଆରଏସ ନିରଞ୍ଜନ ବାରିକ ଓ ପଞ୍ଚାୟତ କର୍ମଚାରୀ ଅଜୟ ବଳ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ