ଓଏଏସ ହେଲେ ଗଞ୍ଜାମ ଏନଏସି କାର୍ଯ୍ୟନିର୍ବ।ହୀ ଅଧିକାରୀ ପ୍ରଭୁକଲ୍ୟାଣ
ଗଂଜାମ- ଗଂଜାମ ଏନଏସି କାର୍ଯ୍ୟନିର୍ବ।ହୀ ଅଧିକାରୀ ପ୍ରଭୁକଲ୍ୟାଣ ଦାସ ଓଏଏସ୍ ପାଇଛନ୍ତି । ସରକାର ଙ୍କ ରାଜସ୍ୱ ବିଭାଗ ଦ୍ଵାରା ଏହି ବିଜ୍ଞପତି ପ୍ରକାଶପାଇଛି । କାର୍ଯ୍ୟନିର୍ବ।ହୀ ଅଧିକାରୀ ୨୦୧୧ ମସିହାରେ ଓଡିଶା ରାଜସ୍ୱ ସେବା ଅଧିକାରୀ ଭାବେ ଯୋଗଦେଇ ଥିଲେ । ରଜସ୍ୱ ଏବଂ ନଗର ଉନ୍ନୟନ ବିଭାଗ ରେ କ।ର୍ଯ୍ୟ କରିବା ସହ ବିଭାଗୀୟ ପଦୋନ୍ନତି ପାଇ ବର୍ତ୍ତମାନ ସେ ଓଏଏସ୍ ଅଧିକାରୀ ହୋଇଛନ୍ତି । ସେ ଗଞ୍ଜାମ ଏନଏସି ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟକରିବେ ବୋଲି ବିଜ୍ଞପତି ରେ ଉଲ୍ଲେଖ ରହିଛି । ଯାହା ଫଳରେ ଏନଏସି ଇତିହାସରେ କାର୍ଯ୍ୟନିର୍ବ।ହୀ ଅଧିକାରୀ ରୂପେ ପ୍ରଥମ ଓଏଏସ୍ ଅଧିକାରୀ ହୋଇଥିବାରୁ ବିଭିନ୍ନ ମହଲରେ ସ୍ୱାଗତ କରାଯିବ ସହ ଶୁଭେଚ୍ଛା ବି ଜଣାଇଛନ୍ତି । ତା ସହିତ ଏନଏସି କର୍ମଚାରୀ ମାନେ ବି ଶୁଭେଚ୍ଛା ଜଣାଇଛନ୍ତି ।


