ଭାଲୁ ଆକ୍ରମଣ ରେ ଯୁବକ ଗୁରୁତର
କଳାହାଣ୍ଡି- କିଛଦିନ ବ୍ୟବଧାନ ପରେ ପୁଣି ରକ୍ତ ମୁଖା ହେଲା ଜଙ୍ଗଲି ଭାଲୁ । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ସୁପାଡ ଗାଁ ର ଲୋଚନ ମାଝୀ ଆଜି ସକାଳୁ ଚାଷ ଜମିକୁ ଯାଉଥିବା ସମୟରେ ପାଖ ଜଙ୍ଗଲ ର ଏକ ଭାଲୁ ହାବୁଡ଼ ରେ ପଡିଯିବାରୁ ତାଙ୍କୁ ଆକ୍ରମଣ କରି ଲହୁ ଲୁହାଣ କରିଦେଇଥିବା ବେଳେ ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି କୋକସରା ଡାକ୍ତରଖାନା ରେ ଭର୍ତ୍ତି କରିଛନ୍ତି । ପ୍ରାଥମିକ ଚିକିତ୍ସା ପରେ ଲୋଚନଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି। ପୂର୍ବରୁ ମଧ୍ୟ ଏହି ଅଞ୍ଚଳରେ ବାରମ୍ବାର ଭାଲୁ ଆକ୍ରମଣ ଘଟଣା ଦେଖିବାକୁ ମିଳିଛି।


