କଳାହାଣ୍ଡି ରେ କରୋନା ଭୟ ,୪ ଚୀନ ଫେରନ୍ତା ଙ୍କ ଉପରେ ସ୍ୱତନ୍ତ୍ର ଦୃଷ୍ଟି

କଳାହାଣ୍ଡି – ଚାଇନା ରେ ବ୍ୟାପିଥିବା କରୋନା ଭାଇରସ ଏବେ ସାରା ବିଶ୍ୱ ରେ ଆତଙ୍କ ସୃଷ୍ଠି କରିଛି । ଏନେଇ କଳାହାଣ୍ଡି ଜିଲ୍ଲା ର ୪ଚାଇନା ଫେରନ୍ତା ଙ୍କ ଉପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷ୍ୟ ରୁ ସ୍ୱତନ୍ତ୍ର ଦୃଷ୍ଟି ରଖାଯାଇଛି । କଳାହାଣ୍ଡି ଜିଲ୍ଲା ରେ ଏ ପର‌୍ୟ୍ୟନ୍ତ କୌଣସି କରୋନା ଭାଇରସ ସଂକ୍ରମିତ ରୋଗୀ ଚିହ୍ନଟ ହୋଇନାହିଁ । ମାତ୍ର କଳାହାଣ୍ଡି ଜିଲ୍ଲା ର କଲମପୁର ବ୍ଳକ ର ଜଣେ ମହିଳା, କେସିଙ୍ଗା ବ୍ଳକ ର ଜଣେ ପୁରୁଷ, ଲାଞ୍ଜିଗଡ଼ ବ୍ଳକ ର ଜଣେ ମହିଳା ଓ ପୁରୁଷ ସମେତ ୪ ଜଣ ଙ୍କ ଉପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷ ରୁ ସ୍ୱତନ୍ତ୍ର ଦୃଷ୍ଟି ରଖାଯାଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କଲମପୁର,କେସିଙ୍ଗା ଓ ଲାଞ୍ଜିଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକୁ ଚିଠି ମାଧ୍ୟମ ରେ ସତର୍କ ସୂଚନା ଦିଆଯାଇଛି । ଏହି ଲୋକମାନେ ମାସେ ତଳେ ଚାଇନା ରୁ ଗାଁ କୁ ଫେରିଥିଲେ ।ସ୍ବରାଷ୍ଟ୍ର ମନ୍ତ୍ରାଳୟ ର ନିର୍ଦ୍ଦେଶ କ୍ରମେ ଏହି ୪ ଜଣ ଙ୍କ ସ୍ୱସ୍ଥ୍ୟବସ୍ଥା ଉପରେ ଆସନ୍ତା ୨୮ ଦିନ ପର‌୍ୟ୍ୟନ୍ତ ନଜର ରଖାଯିବ। ସ୍ୱାସ୍ଥ୍ୟ ବିଭାଗ ଏଥିପାଇଁ ୩ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ଚିଠି ପଠାଇବା ସୂଚନା ମିଳିଛି ତେବେ ସେମାନେ ଫେରିବାର ୨୮ ଦିନ ପୁରିସାରିଛି । ସେଭଳି କୌଣସି ଲକ୍ଷଣ ଦେଖାଯାଇନଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ