ଘରୋଇ ଇସ୍ପାତ କ୍ଷେତ୍ରକୁ ନୂଆ ଉଚ୍ଚତାକୁ ନେବ : ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ,ଭୁବନେଶ୍ୱର: ବଜାର ଏବଂ ଇସ୍ପାତ୍ ଉତ୍ପାଦକଙ୍କ ମଧ୍ୟରେ ଦୂରତା ହ୍ରାସ ଘରୋଇ ଇସ୍ପାତ କ୍ଷେତ୍ରକୁ ନୂଆ ଉଚ୍ଚତାକୁ ନେବ ବୋଲି ସୋମବାର ନୂଆଦିଲ୍ଲୀ ଠାରେ ଭାରତୀୟ ଇସ୍ପାତ ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ କର୍ମଶାଳାରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି କର୍ମଶାଳାର ପ୍ରସଙ୍ଗ ରହିଥିଲା ଭାରତ ଇସ୍ପାତ: ରେଳ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଇସ୍ପାତର ବ୍ୟବହାରକୁ ବଢାଇବା । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଘରୋଇ ଶିଳ୍ପରେ ଉତ୍ପାଦିତ ଇସ୍ପାତର ବ୍ୟବହାରକୁ ପ୍ରୋତ୍ସାହନ ଦେବା ପାଇଁ ରେଳ ଏବଂ ପ୍ରତିରକ୍ଷା କ୍ଷେତ୍ରର ଭୂମିକା ମହତ୍ୱପୂର୍ଣ୍ଣ । ଏହି କର୍ମଶାଳାରେ ଭାରତ ସରକାରଙ୍କ ଇସ୍ପାତ୍ ମନ୍ତ୍ରଣାଳୟର ଏହି ପ୍ରମୁଖ କ୍ଷେତ୍ରର ଅଂଶୀଦାରମାନଙ୍କୁ ସାମିଲ କରାଯାଇଛି । ଏହି କର୍ମଶାଳା ଶୂନ୍ୟ ଇସ୍ପାତ ଆମଦାନୀ ପାଇଁ ରୋଡମ୍ୟାପ ପ୍ରସ୍ତୁତ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତିା ସେ କହିଛନ୍ତି ଯେ ଆମକୁ ଇସ୍ପାତି ଇରାଦା ନେଇ ଆଗକୁ ବଢିବା ସହ ଘରୋଇ ଇସ୍ପାତ କ୍ଷେତ୍ରକୁ ନୂଆ ସ୍ତରକୁ ନେବା ପାଇଁ ସାମୂହିକ ଭାବରେ ବଜାର ଏବଂ ଇସ୍ପାତ୍ ଉତ୍ପାଦକଙ୍କ ମଧ୍ୟରେ ଥିବା ଦୂରତାକୁ ଧ୍ୟାନ ଦେବାର ଆବଶ୍ୟକତା ରହିଛି । “ହର୍ କାମ୍ ଦେଶ କେ ନାମ”ର ଭାବନାରେ ପ୍ରେରିତ ହୋଇ ଆମକୁ ସଦୃଢ ନୂଆ ଭାରତ ଗଠନ କରିବା ଦିଗରେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି । ଋଣନୈତିକ ନିହିତାର୍ଥ ସତ୍ୱେ ମଧ୍ୟ ରେଳ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଇସ୍ପାତ ବ୍ୟବହାର ଅର୍ଥନୀତିକୁ ସୁଦୃଢ କରିବ । ଏହାସହ ଏହି ଦୁଇ ପ୍ରମୁଖ କ୍ଷେତ୍ର ଆଗାମୀ ଦିନରେ ନିଯୁକ୍ତି ସୃଷ୍ଟି କରିବା ସହ ଇସ୍ପାତ ଉଦ୍ୟୋଗକୁ ଟେକ୍ନୋଲୋଜି ଭାବରେ ପ୍ରଗତିଶୀଳ କରାଇ ବିଶ୍ୱ ପ୍ରତିଯୋଗୀତାରେ ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି । ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ସଂପ୍ରତି ଇସ୍ପାତ୍ ଉତ୍ପାଦନରେ ଅଧିକ ମୂଲ୍ୟ ଲାଗିବା କାରଣରୁ ବିଶ୍ୱ ଇସ୍ପାତ୍ ଶିଳ୍ପ ଚିନ୍ତାରେ ରହିଛି । ଏହି ପରିପ୍ରେକ୍ଷୀରେ ଦେଶର ଇସ୍ପାତ ଶିଳ୍ପମାନେ ଇସ୍ପାତ ଶିଳ୍ପର କଂଚାମାଲର ରପ୍ତାନୀକୁ ହ୍ରାସ କରିବା ତଥା ଉତ୍ପାଦନ ମୂଲ୍ୟରେ ସ୍ଥିର କରିବା ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ଆଜିର ଇସ୍ପାତ ମନ୍ତ୍ରଣାଳୟ ପକ୍ଷରୁ ଅନୁଷ୍ଠିତ ହୋଇଥିବା କର୍ମଶାଳା ପ୍ରତିରକ୍ଷା ଏବଂ ରେଳ ଭଳି ଋଣନୈତିକ କ୍ଷେତ୍ରରେ ସ୍ୱତନ୍ତ୍ର ଇସ୍ପାତର ଆବଶ୍ୟକତାକୁ ବିଶ୍ଳେଷଣ କରିବା ଦିଗରେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ହେବ । ଏହାସହ ମେକ୍ ଇନ୍ ଇଣ୍ଡିଆରେ ଇସ୍ପାତ୍ କ୍ଷେତ୍ରକୁ ପ୍ରୋତ୍ସାହନ ଦେବ ଓ ଦେଶର ପ୍ରମୁଖ କ୍ଷେତ୍ରରେ ସ୍ୱଦେଶୀ ଭାବରେ ପ୍ରସ୍ତୁତ ଉଚ୍ଚମାନ ଯୁକ୍ତ ଇସ୍ପାତ ଉତ୍ପାଦକୁ ବଢାଇବ ବୋଲି ମତବ୍ୟକ୍ତ କରିଛନ୍ତି । ଉଲ୍ଲେଖନୀୟ ଯେ, ଏହି କର୍ମଶାଳାରେ ଭାରତୀୟ ସେନାର ବିଭିନ୍ନ କ୍ଷେତ୍ରର ପ୍ରତିନିଧି ମଣ୍ଡଳି ଏବଂ ରେଳ ମନ୍ତ୍ରାଳୟର ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ