ବାତ୍ୟା ଅଂଚଳରେ ଆରଏସ୍ଏସ୍ ତରଫରୁ ରନ୍ଧାଖାଦ୍ୟ ବିତରଣ

ପୁରୀ : ସାମୁଦ୍ରିକ ଝଡ ଫଣି ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ପୁରୀ ଓ ଦାଣ୍ଡମୁକୁନ୍ଦପୁରରେ ଆରଏସ୍ଏସ୍ ତରଫରୁ ତିନିଦିନ ଧରି ରନ୍ଧାଖାଦ୍ୟ ବିତରଣ କରାଯାଉଛି । ପୁରୀର ଘୋଡାବଜାର ସ୍ତିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ୫ ତାରିଖ ଠାରୁ ରନ୍ଧାଖାଦ୍ୟ ବିତରଣ ଆରମ୍ଭ ହୋଇଥିଲା । ପୁରୀରେ ୫ ତାରିଖରେ ୧୦୦୦, ୬ ତାରିଖରେ ୧,୨୦୦ ଓ ୭ ତାରିଖରେ ୧,୫୦୦ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ରନ୍ଧାଖାଦ୍ୟ ବିତରଣ କରାଯାଇଛି । ସେହିପରି ଦାଣ୍ଡମୁକୁନ୍ଦପୁରରେ ମଧ୍ୟ ୬ ତାରିଖରେ ୫୦୦ ଲୋକଙ୍କୁ ରନ୍ଧାଖାଦ୍ୟ ବିତରଣ କରାଯାଇଥିବା ବେଳେ ଆଜି ମଧ୍ୟ ୭୦୦ରୁ ଉଦ୍ଧ୍ୱର୍ ଲୋକଙ୍କୁ ରନ୍ଧା ଖାଦ୍ୟ ବିତରଣ କରାଯାଇଛି । ପୁରୀରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସହର କାର୍ଯ୍ୟବାହ ଭି.ଭାଗେୟା ଜୀ ଉପସ୍ଥିତ ରହି ରନ୍ଧାଖାଦ୍ୟ ବିତରଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ବାତ୍ୟାର କ୍ଷତିଗ୍ରସ୍ତ ଅଂଚଳରେ ରାଷ୍ଟ୍ରୀୟ ସେବା ଭାରତୀ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଓ ଉକ୍ରଳ ବିପନ୍ନ ସହାୟତା ସମିତିର ସହଯୋଗରେ ବିଭିନ୍ନ ଅଂଚଳର ରାସ୍ତାଘାଟରେ ପଡି ରହିଥିବା ଗଛ ଗୁଡିକ କଟାଯିବା ସହ ବିଭିନ୍ନ ପ୍ରକାର ସେବାକାର୍ଯ୍ୟ କରାଯାଉଛି । ଉକ୍ରଳ ବିପନ୍ନ ସହାୟତା ସମିତି ତରଫରୁ ୩ ତାରିଖରେ ବାତ୍ୟା ସମୟରେ ସମିତି ପରିସରରେ ନିକଟବର୍ତୀ ବସ୍ତି ଅଂଚଳରେ ରହୁଥିବା ପ୍ରାୟ ୪୦୦ ଉଦ୍ଧ୍ୱର୍ ବାସିନ୍ଦାମାନଙ୍କୁ ରହିବା ସହ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଥିଲା । ଏତଦ୍ ବ୍ୟତୀତ ପ୍ରାୟ ୧୦ କୁଇଂଟାଲ ଚୁଡା, ଗୁଡ, ମହମବତୀ, ଦିଆସିଲି, ଲକ୍ଷାଧିକ ବୋତଲ ପାଣି ଓ ତାରପୋଲିନ୍ କିଛି ଅଂଚଳରେ ଯୋଗାଇ ଦିଆଯାଇଛି । ଯେହେତୁ ପ୍ରଦେଶର ତଟବର୍ତି ଜିଲ୍ଲାମାନଙ୍କରେ ବିପୁଳ କ୍ଷୟ କ୍ଷତି ହୋଇଛି ସେଥିପାଇଁ ପୁରୀ, ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ୭ ଗୋଟି ସହାୟତା କେନ୍ଦ୍ର ସମିତି ତରଫରୁ ଖୋଲା ଯାଇଅଛି । ପୁରୀର ଘୋଡାବଜାର ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର, ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର ବ୍ରହ୍ମଗିରି, ଦାଣ୍ଡମୁକୁନ୍ଦପରୁ, ଚାନ୍ଦପୁର, ନିମାପଡା, ଭୁବନେଶ୍ୱରର ୟୁନିଟ-୩ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, କଟକର ମହାନଦୀ ବିହାର ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର ଠାରେ ସହାୟତା କେନ୍ଦ୍ର ସ୍ୱୟଂସେବକମାନଙ୍କ ଦ୍ୱାରା କାର୍ଯ୍ୟ କରୁଅଛି । ମୁଖ୍ୟ କେନ୍ଦ୍ର ଉକ୍ରଳ ବିପନ୍ନ ସହାୟତା ସମିତିକୁ ବିଭିନ୍ନ ଅଂଚଳରୁ ଆସୁଥିବା ସାହାର୍ଯ୍ୟ ଗୁଡିକ ଉପରୋକ୍ତ କେନ୍ଦ୍ରମାନଙ୍କରେ ପହଂଚାଇ ଦେବା ପାଇଁ ବ୍ୟବସ୍ଥା କରାଯାଇଛି । କଟକ, ଜଗତସିଂହପୁର ଜିଲ୍ଲାରେ ଅଧିକ କେନ୍ଦ୍ର ଖୋଲା ଯିବା ପାଇଁ ବ୍ୟବସ୍ଥା ରାଯାଉଥିବା ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ