ଜିଲାପାଳ ଓ ଏସପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ
ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲା ନୂଆଗଡ ବ୍ଲକ ଅନ୍ତର୍ଗତ ଅତାରସିଂ ଗ୍ରାମପଞ୍ଚାୟତର ମୁଖ୍ୟାଳୟ ଠାରେ ଜିଲାପାଳ ଓ ଏସପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ ଅନୁପମ ସାହା ଓ ଜିଲା ଏସପି ସାରା ଶର୍ମାଙ୍କ ପ୍ରତ୍ୟେକ୍ଷ ତତ୍ୱବଧାନରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ମୋଟ ୯୩ଗୋଟି ଅଭିଯୋଗ ପତ୍ର ଆଗତ ହୋଇଥିବାବେଳେ ସେଥିରୁ ବ୍ୟକ୍ତିଗତ ଅଭିଯୋଗ ୬୭ଗୋଟି ହୋଇଥିବାବେଳେ ସାମୂହିକ ଅଭିଯୋଗ ୨୬ଗୋଟି ରହିଥିଲା । ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିରୁ ଜଣକୁ ୮ହଜାର ଟଙ୍କା ପ୍ରଦାନ ପାଇଁ ନିର୍ଦ୍ଦେଶ ହୋଇଥିବାବେଳେ ରେଡକ୍ରସ ପାଣ୍ଠିରୁ ୩ହଜାର ଟଙ୍କା ପ୍ରଦାନ ପାଇଁ ନିର୍ଦ୍ଦେଶ ହୋଇଥିଲା । ସେହିପରି ଅଭିଯୋଗ ଶୁଣାଣୀ ପ୍ରକୋଷ୍ଠରେ ହିଁ ୧୭ଗୋଟି ଅଭିଯୋଗର ଫଇସଲା ହୋଇଥିଲା । ଏହି ଅଭିଯୋଗ ଶୁଣାଣୀରେ ଗମନାଗମନ, ପେନସନ ଯୋଜନା, କୃଷିଭିତ୍ତିକ ଇତ୍ୟାଦି ବିଭିନ୍ନ ବିଷୟରେ ଅଭିଯୋଗ ଗୁଡିକ ଶୁଣାଣୀ କରାଯାଇଥିଲା । ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ଗୁଡବାଏ ମଣ୍ଡଳ, ଜିଲାପରିଷଦ ସଭ୍ୟ କବିତା ଶବର, ସରପଞ୍ଚ ତିମତି ଶବର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଫୁଲ କୁଜୁରୁ ପ୍ରମୁଖଙ୍କ ସହ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତଥିଲେ ।


