ଜିଲ୍ଲା ସ୍ତରୀୟ ସ୍ୱେଛାସେବୀ ଅନୁଷ୍ଠାନ ସମନ୍ୱୟ କମିଟି ବୈଠକ

କେନ୍ଦ୍ରାପଡ଼ା,(ଯୁଗାବ୍ଦ ନ୍ୟୁଜ୍‌):ଜିଲ୍ଲା ସ୍ତରୀୟ ସ୍ୱେଛାସେବୀ ଅନୁଷ୍ଠାନ ସମନ୍ୱୟ କମିଟି ବୈଠକ ମଙ୍ଗଳବାର ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି ବୈଠକରେ ଜିଲ୍ଲାର ସ୍ୱେଛାସେବୀ ଅନୁଷ୍ଠାନ ଗୁଡିକ ଦ୍ୱାରା ଗ୍ରାମାଚଂଳ ସ୍ତରୀୟ  ପ୍ରାକୃତିକ ବିପର୍ଯ୍ୟୟ ପ୍ରସମନ ଯୋଜନା ପ୍ରସ୍ତୁତି  ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏସମ୍ପର୍କିତ ଯୋଜନା ପ୍ରସ୍ତୁତି ରିପୋର୍ଟ ଚଳିତମାସ ୧୯,୨୦ ଓ ୨୧ତାରିଖ ସୁଦ୍ଧା ଜିଲ୍ଲା ଜରୁରୀ ବିଭାଗରେ ପ୍ରଦାନ କରିବାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଉତ ସ୍ୱେଛାସେବୀ ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କୁ ପରାମର୍ଶ ଦେଇଥିଲେ ।   ଏହି ବୈଠକରେ ଉପ ଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବ୍ରହ୍ମାନନ୍ଦ ଗାଗାରିନ ମହାନ୍ତି, ଜିଲ୍ଲା ଜରୁରୀ ବିଭାଗ ସହକାରୀ ଜିଲ୍ଲାପାଳ ପ୍ରସନ୍ନ କୁମାର ନାୟକ,  ଜିଲ୍ଲା ଜରୁରୀ ବିଭାଗର ପ୍ରକଳ୍ପ ଅଧିକାରୀ ଅଜୟ କୁମାର ମହାନ୍ତି, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ଗୈାରାଙ୍ଗ ଚରଣ ବେହେରା, ରଘୁନାଥ ଦାସ ଓ ଭାରତ, ଜୟଭାରତୀ ସାଥି ସମାଜ, ପରିବର୍ତ୍ତନ, ଅନ୍ୱେଷଣ ଭଳି ସ୍ୱେଛାସେବୀ ଅନୁଷ୍ଠାନର କର୍ମକର୍ତ୍ତାମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ