ଓଡିଶା ରାଜ୍ୟ ଅମଲା ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର
କେନ୍ଦ୍ରାପଡ଼ା ,(ଯୁଗାବ୍ଦ ନ୍ୟୁଜ୍):ଓଡିଶା ରାଜ୍ୟ ଅମଲା ସଙ୍ଘ କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲା ଶାଖା ସଭାପତି ଦୀନବନ୍ଧୁ ରଥ ଓ ସମ୍ପାଦକ ରମେଶ ଚନ୍ଦ୍ର ପାଣିଙ୍କ ନେତୃତ୍ୱରେ ଏକ ୪ଦଫା ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ମଙ୍ଗଳବାର ପୂର୍ବାହ୍ନରେ ପ୍ରଦାନ କରାଯାଇଛି । ସେହି ସ୍ମାରକପତ୍ରରେ ଉଲ୍ଲେଖ ରହିଛି ଯେ ଓଡିଶା ରାଜ୍ୟ ସରକାର ସରକାରୀ କର୍ମଚାରୀଙ୍କ କ୍ଷେତ୍ରରେ ୨୦୧୯ମସିହା ଜୁଲାଇମାସରୁ ପାଇବାକୁ ଥିବା ୫ପ୍ରତିଶତ ମହଙ୍ଗା ଭତ୍ତା, ସପ୍ତମ ବେତନ କମିଶନ ଲାଗୁ ଯୋଗୁଁ କର୍ମଚାରୀଙ୍କ ବାକି ରହିଥିବା ୬୦ ଶତାଂଶ ବକୟା ଦରମା ପ୍ରଦାନ, ନୂତନ ଦରମା ହାର ମୁତାବକ ଘରଭଡା ପ୍ରଦାନ ଓ ଅନୁକମ୍ପା ମୂଳକ ନିଯୁକ୍ତି କ୍ଷେତ୍ରରେ କେବଳ ଗୃପ ଡି ଚାକିରୀ ପ୍ରଦାନ ସଂକ୍ରାନ୍ତ ସରକାରୀ ସଂକଳ୍ପ ସଂଖ୍ୟା ୨୨୩୭/୨୧.୦୧.୨୦୨୦ର ପୂର୍ନବିଚାର ପ୍ରଭୃତି ଦାବି ଗୁଡିକ ରହିଛି । ଏହି ଦାବିପତ୍ର ପ୍ରଦାନ ସମୟରେ ଅଶୋକ କୁମାର ମହାନ୍ତି, ଅଜୟ କୁମାର ଦାସ, ସୁଦର୍ଶନ ବେହେରା, ଦେବେନ୍ଦ୍ର କୁମାର ପାଲ, ମନୋଜ କୁମାର ବେହେରା, ପ୍ରଭଞ୍ଜନ ମିଶ୍ର, ପ୍ରଶନ୍ନ କୁମାର ମହାନ୍ତି, ଲାସା ହେମ୍ବ୍ରମ, ଦୈତାରୀ ସାହୁ, ସୁକାନ୍ତ କୁମାର ଜେନା, ମହେନ୍ଦ୍ର କୁମାର ସାହୁ, ଠାକୁର ଚନ୍ଦ୍ର ହେମ୍ବ୍ରମ. ସତ୍ୟବ୍ରତ ଗିରୀ, ମହମ୍ମଦ ଏନାୟତୁଲ୍ଲା, ଆଶିଷ କୁମାର ସ୍ୱାଇଁ, ଦେବଦାସ ଷଡଙ୍ଗି, ଜନ ଉଇଲିୟମ ବରାଳ, ପ୍ରମୋଦ କୁମାର ରାଉତ, ଶୁଶାନ୍ତ କୁମାର ତ୍ରିପାଠୀ ଓ ଜିଲ୍ଲା କାର୍ଯ୍ୟାଳୟର ଅନ୍ୟ କର୍ମଚାରୀମାନେ ଉପସ୍ଥିତଥିଲେ ।