ଅନୈତିକ କାରଣରୁ ହତ୍ୟାକାଣ୍ଡ : ଅଭିଯୁକ୍ତ ଗିରଫ
କୋଦଳା,(ଗୁଲସନ୍ କୁମାର କର): ବେଗୁନିଆପଡା ଥାନା ଅନ୍ତର୍ଗତ ବୁରୁଝୁରୀ ଗ୍ରାମରେ ଗତ ଦଶମାସ ତଳେ ମହିଳାଙ୍କୁ ଅତି ବର୍ବର ଭାବେ ହତ୍ୟା ଘଟଣାର ଖୁଲାସା କରିଛି କୋଦଳା ପୋଲିସ । ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ସହ ଅନୈତିକ ସଂପର୍କରୁ ଏଭଳି ଏକ ହତ୍ୟାକାଣ୍ଡ ଘଟିଛି ବୋଲି ପୋଲିସ ସୂଚନା ଦେଇଛି । ଅଭିଯୁକ୍ତର ପରିଚୟ ମୁମ୍ବାଇର ଏକ ଘରୋଇ ସଂସ୍ଥାରେ କାମ କରୁଥିବା ବିନାୟକ ସାହୁ (୨୬ )କ ୁ ପୋଲିସ ଗିରଫ କରିଛି । ସୂଚନାନୁଯାୟୀ ଏପ୍ରିଲ ୧ ତାରିଖ ୨୦୧୯ ମସିହା ର କଥା ସ୍ୱାମୀ ଦାଦନ ଖଟିବା ନିମନ୍ତେ ବାହାର ରାଜ୍ୟକୁ ଯାଇଥିବା ବେଳେ ବେଗୁନିଆପଡା ବୁରୁଝୁରୀ ଗ୍ରାମରେ ବିଜୟଲକ୍ଷ୍ମୀ ନାୟକ ତାଙ୍କର ପୁଅ ଓ ଝିଅ ମିଶି ରହୁଥିଲେ । କିନ୍ତୁ ସଂପର୍କୀୟ ବନ୍ଧୁବାନ୍ଧବ ବେଲଗୁଣ୍ଠା ଅଭିମୁଖେ ପୁଅ ଓ ଝିଅ ଯାତ୍ରା ଦେଖିବାକୁୂ ଯାଇଥିଲେ ।ତେବେ ଦୀର୍ଘ ୧୦ ମାସ ପରେ ଏହି ହତ୍ୟାକାଣ୍ଡ ଉପରୁ ପରଦା ହଟାଇଛି କୋଦଳା ଓ ବେଗୁନିଆପଡ଼ା ପୋଲିସ। ବେଗୁନିଆପଡ଼ା ଫାଣ୍ଡି ଅଧିକାରୀ ଦିପ୍ତୀ ରଂଜନ ବେହେରା ଓ କୋଦଳା ଥାନା ଅଧିକାରୀ ଦେବାଶିଷ ମହାନ୍ତିଙ୍କ ମିଳିତ ଉଦ୍ୟମରେ ଏହି ହତ୍ୟାକାଣ୍ଡର ତଦନ୍ତ ହୋଇଥିବା ଜଣାପଡିଛି। ସେହି ଗ୍ରାମର ଅଭିଯୁକ୍ତ ବିନାୟକ ସାହୁକୁ ପୋଲିସ ଗିରଫ କରିଛି। ଏଥି ସହିତ ମହିଳାଙ୍କୁ ହତ୍ୟା ଉଦେଶ୍ୟରେ ବ୍ୟବହୃତ କରାଯାଇଥିବା କାଠ ଫାଳିଆ ଓ ରକ୍ତ ଭିଜା ରୁମାଲ୍ କୁ ମଧ୍ୟ ପୋଲିସ ଜବତ କରିଥିବା କହିଛି। ଏହା ଏକ ଅନୈତିକ ସମ୍ପର୍କରୁ ହତ୍ୟା କାଣ୍ଡ ଘଟିଥିବା ପୋଲିସ ସୂତ୍ରରୁ ଜଣା ପଡ଼ିଛି ।ମହିଳାଙ୍କ ସହ ଅଭିଯୁକ୍ତଙ୍କ ଅନୈତିକ ସମ୍ପର୍କ ସ୍ଥାପନ ପରେ ସେହି ସଂପର୍କରେ ଫାଟ ସୃଷ୍ଟି ହୋଇଥିଲା। ଗତ ୩୧ ମାର୍ଚ୍ଚ ୨୦୧୯ ରେ ଅଭିଯୁକ୍ତ ମହିଳାଙ୍କ ଘରେ ରାତି ପ୍ରାୟ ୧୦.୩୦ ରେ ପଶି ପାଟିତୁଣ୍ଡ କରିବା ପରେ ମହିଳାଙ୍କ ପିନ୍ଧାଲୁଗା ରେ ତଣ୍ଟିକୁ ଚିପି ପରେ କାଠ ଫାଳିଆ ଓ ହେମଦସ୍ତାରେ ମୁଣ୍ଡକୁ ଆଘାତ କରି ମାରିଥିବା ନେଇ ଅଭିଯୁକ୍ତ କହିଛି। ଅଭିଯୁକ୍ତ ବିନାୟକ ସାହୁ ପି – ପୂର୍ଣ୍ଣଚନ୍ଦ୍ର ସାହୁ ଏବଂ ତାର ବୟସ ୨୬ ବର୍ଷ ଯିଏକି ବ୍ରହ୍ମପୁରରେ ଏମ୍ ସି ଏ ପାଠ ପଢି ମୁମ୍ବାଇର ଏକ ଘରୋଇ ସଂସ୍ଥାରେ ଚାକିରି କରୁଥିଲା ବୋଲି ଜଣାପଡିଛି। ତେବେ ପୋଲିସ ତଦନ୍ତ କରି ଅଭିଯୁକ୍ତକୁ ଧରିବା ପରେ ଅଭିଯୁକ୍ତ ଦୋଷ ସ୍ୱୀକାର କରିଥିବା କହିଛି ପୋଲିସ। ଗୁରୁବାର କୋଦଳା ଥାନାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ପୁରୁଷୋତ୍ତମପୁର ଏସ୍ ଡି ପିଓ ମିସ୍ ସିମା ସ୍ବାଇଁ ଘଟଣାର ଖୁଲାସା କରିଛନ୍ତି।


