ଉପଖଣ୍ଡସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌): ସ୍ଥାନୀୟ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଛତ୍ରପୁର ଉପଖଣ୍ଡସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମୋ ସରକାର କାର୍ଯ୍ୟକ୍ରମ ସମୟରେ ରାଜସ୍ୱ ସେବା ନିଶ୍ଚିତ ରହିଛି । ତହସିଲଦାରମାନେ ନିଜର କାର୍ଯ୍ୟକଳାପକୁ ତ୍ୱରାନ୍ୱିତ କରିବାକୁ ହେବ । ଉପଖଣ୍ଡସ୍ତରରେ ଲଘୁ ଖଣିଜ ଦ୍ରବ୍ୟ ଚୋରା ଚାଲଣ ରୋକିବା ଦିଗରେ ଏଣିକି ରାତିରେ ତହସିଲଦାରମାନେ ପାଟ୍ରୋଲିଂ କରିବାକୁ ହେବ । ଚିହ୍ନଟ ହୋଇଥିବା ନୂତନ ସଇରାତ ଗୁଡିକୁ ତୁରନ୍ତ ଲିଜ୍ ଦେବାରେ ପଦକ୍ଷେପ ନିଆଯିବ । ନିର୍ଦ୍ଧାରିତ ସମୟ ମଧ୍ୟରେ ଫଇସଲା କରିବାକୁ ଧାର୍ଯ୍ୟ ଥିବା ମ୍ୟୁଟେସନ୍‌, ଓଏଲ୍‌ଆର୍ ଏବଂ ୧୯(ଆଇ)ସି ମାମଲା ଗୁଡିକୁ ତୁରନ୍ତ ଫଇସଲା କରି ହିତାଧିକାରୀଙ୍କୁ ହସ୍ତାନ୍ତର କରାଯିବ । ସରକାରୀ ଜମିକୁ ସୁରକ୍ଷିତ ରଖିବା ସହ ସହରାଞ୍ଚଳକୁ ସଫାସୁତରା ରଖିବା ଦିଗରେ ପଦକ୍ଷେପ ନିଆଯିବାକୁ ଉପଜିଲ୍ଲାପାଳ କହିଛନ୍ତି । ତହସିଲଦାରମାନେ ଘରୋଇ ଗ୍ୟାସ୍‌, ଅପମିଶ୍ରଣ ମଦ ଏବଂ ଠିପିବନ୍ଦ ମଦ ଦୋକାନ ଗୁଡିକ ଉପରେ ତୀକ୍ଷଣ ଦୃଷ୍ଟି ରଖିବେ । ସେହିପରି ପରିବହନ ବିଭାଗକୁ ବସ୍ ଗୁଡିକରେ ଫାଷ୍ଟ ଏଡ୍ ବକ୍ସ, ଅଗ୍ନି ନିରାପତ୍ତା ଉପରେ ଯାଞ୍ଚ କରିବାକୁ କୁହାଯାଇଛି । ସେହିପରି ସରକାରୀ ଗାଇଡଲାଇନ ଅନୁଯାୟୀ ଯେଉଁ ମାନେ ଚିମିନି ଇଟା ଭାଟି କରିବାକୁ ଚାହୁଁଛନ୍ତି । ସେମାନେ ନୀୟମମୁତାବକ ଆବେଦନ କରିପାରିବେ ବୋଲି ବୈଠକ ଆଲୋଚନା ହୋଇଛି । ଲକ୍ଷ୍ୟଧାର୍ଯ୍ୟ ଅନୁସାରେ ରାଜସ୍ୱ ଆଦାୟ କରିବାକୁ ମଧ୍ୟ କୁହାଯାଇଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଆସିଷ୍ଟାଣ୍ଡ କଲେକ୍ଟର ବିକ୍ରମ କୁମାର ଦୋରା, ବିଭାଗୀୟ ଅଧିକାରୀ ଅଖିଳ କୁମାର ସାବତ ଏବଂ ଉପଖଣ୍ଡସ୍ତରର ସମସ୍ତ ତହସିଲଦାର ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ