ଫେବୃୟାରୀ ୨୩ରେ ଅନୁଷ୍ଠିତ ହେବ ସେଲିବ୍ରେଟି କ୍ରିକେଟ

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍‌) : ସ୍ୱେଚ୍ଛାସେବୀ ସାମାଜିକ ସଂଗଠନ ‘ୟୁଥ୍ ଫର୍ ଭଲ୍ୟୁଣ୍ଟାରୀ ୱାର୍କ’ ଓ କର ଫାଉଣ୍ଡେସନ ସହଯୋଗରେ ଫେବୃୟାରୀ ୨୩ ତାରିଖ ରବିବାର ଦିନ ସ୍ଥାନୀୟ ୟନିଟ-୬ସ୍ଥିତ ପ୍ରଗତି ସ୍ପୋର୍ଟିଂରେ ‘ସେଲିବ୍ରେଟି ଚାରିଟି କ୍ରିକେଟ’ ଅନୁଷ୍ଠିତ ହେବାକୁ ଯାଉଛି । ଦୀର୍ଘବର୍ଷ ଧରି ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଗରିବ, ଅସହାୟ ବ୍ୟକ୍ତିର ଶିକ୍ଷା, ସ୍ୱାସ୍ଥ୍ୟ, ଉତ୍ତମ ପରିବେଶ ସହ ବୃକ୍ଷରୋପଣ, ରକ୍ତଦାନ ପ୍ରଭୃତି ସାମାଜିକ କାର୍ଯ୍ୟରେ ନିଜକୁ ଏହି ଅନୁଷ୍ଠାନ ନିୟୋଜିତ କରିଛି । ସମାଜର ବିଭିନ୍ନ ବର୍ଗର ଲୋକମାନଙ୍କ ମଧ୍ୟରେ ସମାଜସେବାର ଚେତନା ସୃଷ୍ଟି ପାଇଁ ଏହି ଚାରିଟି କ୍ରିକେଟ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ସମାଜର ବିଭିନ୍ନ ବର୍ଗରୁ ପ୍ରତିଷ୍ଠା ଲାଭ କରିଥିବା ବ୍ୟକ୍ତି ଯଥା ନେତା, ଅଭିନେତା, ସାମ୍ବାଦିକ, ସମାଜସେବୀ ପ୍ରମୁଖ ସାମାଜିକ ସ୍ଲୋଗାନ ଲେଖାଥିବା ଟି-ସାର୍ଟି ପିନ୍ଧି କ୍ରିକେଟ ଖେଳିବେ । ଏହି କାର୍ଯ୍ୟକ୍ରମରେ ବାରବାଟୀ-କଟକର ମାନ୍ୟବର ବିଧାୟକ ମହମ୍ମଦ ମୋକିମ, ସୁକିନ୍ଦାର ମାନ୍ୟବର ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ, ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ସମାଜସେବୀ ରୁଦ୍ର ସାମନ୍ତରାୟ, ପୂର୍ବତନ ଖଦୀବୋର୍ଡ଼ ସଭାପତି ତେଜେଶ୍ୱର ପରିଡ଼ା, ସିନେ ଅଭିନେତା ତଥା କର ଫାଉଣ୍ଡେସନର ଅଧ୍ୟକ୍ଷ ଚନ୍ଦନ କର ପ୍ରମୁଖ ଯୋଗଦାନ କରିବା ନିମନ୍ତେ ସଦୟ ସ୍ୱିକୃତି ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଚଳଚ୍ଚିତ୍ର ଜଗତର ଅଭିନେତା, ଅଭିନେତ୍ରୀ, ବିଶିଷ୍ଟ ସମାଜସେବୀବୃନ୍ଦ, ବରିଷ୍ଠ ସାମ୍ବାଦିକବୃନ୍ଦ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ମହତ୍ କାର୍ଯ୍ୟକ୍ରମରେ ଯୋଗଦାନ ନିମନ୍ତେ ୟୁଥ୍ ଫର ଭଲ୍ୟୁଣ୍ଟାରୀର ଅଧ୍ୟକ୍ଷ ମୀର ଅହମ୍ମଦ ଅଲ୍ଲୀ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ