ନଗଦ ଟଙ୍କା ଓ ବାଇକ୍ ଚୋରି ନେଇ ଥାନାରେ ଅଭିଯୋଗ

ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍‌):କେନ୍ଦୁଝର ଜିଲା ଯୋଡା ସହର ଆଜାଦବସ୍ତିର ମହୁଲଗୁଡାଠାରେ ଭଡାରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଘରୁ ନଗଦ ଟଙ୍କା ଓ ଗୋଟିଏ ବାଇକ୍ ଚୋରି ହୋଇଯାଇଥିବା ନେଇ ଗୁରୁବାର ଯୋଡା ଥାନାରେ ଲିଖିତ ଅଭିଯୋଗ ହୋଇଛି । ପୋଲିସର ସୂଚନାନୁଯାୟୀ ଜଣାପଡିଛି ଯେ, ଆଜାଦବସ୍ତିର ରମେଶ ଚନ୍ଦ୍ର ମହାପାତ୍ରଙ୍କ ଘରେ ସତ୍ୟବ୍ରତ ସାହୁ ନାମକ ଜଣେ ବ୍ୟକ୍ତି ବ୍ୟକ୍ତି ଭଡାରେ ରହନ୍ତି । ସତ୍ୟବ୍ରତ ସାହୁ ବୁଧବାର କୌଣସି କାର୍ଯ୍ୟରେ ବାହାରକୁ ଯାଇଥିବା ବେଳେ ବିଳମ୍ବିତ ରାତିରେ କେହି ଦୁର୍ବୁତ ତାଙ୍କ ଘରର ତାଲା ଭାଙ୍ଗି ନଗଦ ୭ହଜାର ୪ଶହ ଟଙ୍କା ସହିତ ଘର ବାହାରେ ରଖାଯାଇଥିବା ତାଙ୍କର ଗୋଟିଏ ବାଇକ୍ ଓଡି୦୯କେ୩୦୪୧ କୁ ଚୋରି କରିନେଇଥିଲେ । ସତ୍ୟବ୍ରତ ସାହୁ ଘରକୁ ଫେରି ଚୋରି ସମ୍ପର୍କରେ ଜାଣିବା ପରେ ଗୁରୁବାର ଯୋଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ