ହାଟଡିହିର ବିଭିନ୍ନ ଅଞ୍ଚଳରେ ମହାଶିବରାତ୍ରୀ ପାଳିତ
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍): ହାଟଡିହି ବ୍ଲକର ବିଭିନ୍ନ ଅଞ୍ଚଳରେ ମହା ଶିବରାତ୍ରୀ ପାଳିତ ହୋଇଯାଇଛି । ଆଜି ଭୋର ସମୟରୁ ଏଥିପାଇଁ ସମସ୍ତ ମନ୍ଦିର ମାନଙ୍କରେ ସ୍ୱତନ୍ତ୍ର ରିତୀନୀତି ଅନୁଯାଇ ପୂଜାର୍ଚ୍ଚନା କରାଯାଇ ଥିବାବେଳେ ଶ୍ରଦ୍ଧାଳୁ ମାନେ ମନ୍ଦିରରେ ଦ୍ୱୀପଜାଳି ମାନସିକ ପୁରଣ ପାଇଁ ଇଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି । ଶାସଙ୍ଗ ଶିଖରେଶ୍ୱର ମନ୍ଦିର, ବଞ୍ଚୋର ବଟେଶ୍ୱର ମନ୍ଦିର, ସଢ଼ାର ବୈଦ୍ୟନାଥ ମନ୍ଦିର, ହାଟଡିହିର ହଟକେଶ୍ୱର ମନ୍ଦିର, ଛେନାପଦିଛକର ବିଶେଶ୍ୱର ମହାଦେବ ମନ୍ଦିର, କୁଣ୍ଡିସାହିର କପିଳେଶ୍ୱର ମନ୍ଦିର, ଛେନାପଦିର ବନେଶ୍ୱର ମନ୍ଦିର, ଜଳକଳଙ୍ଗର ଜଳେଶ୍ୱର ମନ୍ଦିର, ହାବଳେଶ୍ୱର ମହାଦେବ ମନ୍ଦିର ମାନଙ୍କରେ ପ୍ରବଳ ଗହଳି ଲାଗିରହିଛି । ସଢ଼ା ବୈଦ୍ୟନାଥ ମନ୍ଦିରରେ ଆଜି ଦଶହଜାରରୁ ଉର୍ଦ୍ଧ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ସକାଳୁ ପ୍ରଭୂଙ୍କର ରି୍ତିକାନ୍ତୀ ସରିବାପରେ ପହଡ ଖୋଲଯିବାପରେ ଶ୍ରଦ୍ଧାଳୁମାନେ ଧାଡିରେ ଯାଇ ପୂଜାର୍ଚ୍ଚନା କରିଥିଲେ । ରବିନ୍ଦ୍ର ପଣ୍ଡା, ଚନ୍ଦ୍ରଶେଖର ପଣ୍ଡା, ରଙ୍ଗାଧର ପଣ୍ଡା, ପୁର୍ଣ୍ଣଚନ୍ଦ୍ର ପଣ୍ଡା, କାର୍ତ୍ତିକ ପଣ୍ଡା, ବଳରାମ ପଣ୍ଡା, ବିଶ୍ୱଜିତ ଦାଶ ପ୍ରମୁଖ ପୁଜାର୍ଚ୍ଚନା କରୁଥିବାବେଳେ ଶ୍ରଦ୍ଧାଳୁମାନେ ଠାକୁରଙ୍କ ପାଖରେ ଛତାଚଢ଼ାଇ ମନ୍ଦିର ପ୍ରାଙ୍ଗଣରେ ଦ୍ୱୀପଜାଳି ମାନସିକ ବ୍ରତ କରୁଛନ୍ତି । ସେହିପରି ଗଣେଷ୍ୱର ଦାଶ, ଉପେନ୍ଦ୍ର ଦାଶ, ସୁବାସ ଚନ୍ଦ୍ର ଦାଶ, କାର୍ତ୍ତିକ ଦାଶ, ଅଶୋକ ତ୍ରିପାଠୀ, ମଧୁସୁଦନ ଦାଶ, ମଧୁସୁଦନ ଶନି ବିଗ୍ରହଙ୍କ ଦ୍ୱାରା ହରିହାଟ କାର୍ଯ୍ୟ ଚାଲୁରହିଛି । ଏଠାରେ ଆଜି ହରିହରଙ୍କ ମିଳନ ହୁଏ ବୋଲି ପ୍ରବାଦ ରହିଛି । ଏଠାରେ ୭ଦିନ ପର୍ଯ୍ୟନ୍ତ ଜାଗର ମେଳା ଚାଲିବାକୁ ଥିବାରୁ ଅନେକ ଉଠାଦୋକାନୀ ସେମାନଙ୍କ ପସରା ମେଲାଇଛନ୍ତି । ସାଂସ୍କୃତିକ କାର୍ଯ୍ୟକ୍ରମ ସ୍ୱରୁପ ଭଜନ ସନ୍ଧ୍ୟା ଓ ଆସନ୍ତାକାଲି ଠାରୁ କୋଣାର୍କ ଗଣନାଟ୍ୟ ପକ୍ଷରୁ ଅପେରା ସୋ ହେବାର କାର୍ଯ୍ୟକ୍ରମ ରହିଥିବା ଆୟୋଜକଙ୍କ ସୁତ୍ରରୁ ଜଣାଯାଇଛି । ବୈଦ୍ୟନାଥ ସାମଲ, ପ୍ରଦୀପ ସାମଲ, ରମାକାନ୍ତ ବେହେରା, ପ୍ରୀୟବ୍ରତ ବେହେରା, ନରହରି ବଳ, ନୀଳକଣ୍ଠ ସାମଲ, ନଣ୍ଡା ମହାନ୍ତିଙ୍କ ସମେତ ସମସ୍ତ ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି । ସେହିପରି ହାଟଡିହି ହଟକେଶ୍ୱର ମନ୍ଦିରରେ ବହୁ ଆଡମ୍ବରପୁର୍ଣ୍ଣ ସହକାରେ ଜାଗର ମେଳା ଅନୁଷ୍ଠିତ ହେବାକୁ ଥିବାବେଳେ ଛେନାପଦିଛକ ବିଶେଶ୍ୱର ମନ୍ଦିରରେ ଆଜି ଦିନ ତମାମ ଭକ୍ତଙ୍କ ଗହଳି ଲାଗି ରହିଥିଲା । ଭକ୍ତମାନେ ମା ତାରିଣୀଙ୍କ ଦର୍ଶନ କରିବା ସହିତ ବିଶେଶ୍ୱର ମହାଦେବଙ୍କ ପାଖରେ ଭୋଗଲାଗି କରିଥିଲେ । ଏହି ଉପଲକ୍ଷେ ମନ୍ଦିର ପରିସରରେ ହୋମଯଜ୍ଞ କରାଯିବା ସହିତ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ସନ୍ଧ୍ୟାରେ ଭଜନ କିର୍ତ୍ତନ କରାଯିବା କରାଯାଇଥିଲା । ପଞ୍ଚାନନ ବେହେରା, କୃଷ୍ଣଚନ୍ଦ୍ର ଜେନା, ମହେଶ୍ୱର ସା, ଅମୀୟ ନାୟକ, ସୁଧାକର ଓଝା, ସନ୍ୟାସୀ ସା, ବିକାଶ ବିଶ୍ୱାଳ, ଆକାଶ ସା, କାର୍ତ୍ତିକେଶ୍ୱର ସାହୁ, ନିରୁପମା ମିଶ୍ର, ଦେବେନ୍ଦ୍ର ଜେନା, ସରୋଜ ଚକ୍ର, ଦୁର୍ଯ୍ୟୋଧନ ସାହୁ, ହଳଧର ପଣ୍ଡା, ରବିନ୍ଦ୍ର ଜେନା, ଚଗୁଲୁ ପାଢ଼ୀ, ରବିନ୍ଦ୍ର ଜେନା, ଚକୁନୁ ସା, ଯୁବରାଜ ସାମଲ, ରବିନ୍ଦ୍ର ବେହେରାଙ୍କ ସମେତ ବଜାର କମିଟିର ସମସ୍ତ ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏଠାରେ ରାତି ୯ଟାବେଳେ ମହାଦ୍ୱୀପ ଉଠିବାକୁ ଥିବାବେଳେ ସଢ଼ାରେ ରାତି ସାଢ଼େ ୧୧ଟ।।ରେ, ଶାସଙ୍ଗ ଶିଖରେଶ୍ୱର ମନ୍ଦିରରେ ରାତି ୯ଟାବେଳେ, ହଟକେଶ୍ୱର ମନ୍ଦିରରେ ରାତି ୧୦ଟାରେ ମହାଦ୍ୱୀପ ଉଠିବାର କାର୍ଯ୍ୟକ୍ରମ ରହିଛି ବୋଲି ମନ୍ଦିର କମିଟି ସଦସ୍ୟମାନେ କହିଛନ୍ତି ।