ଫନିରେ କ୍ଷତିଗ୍ରସ୍ତଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ଜି ଉଦୟଗିରି ପୋଲିସ ଓ ସ୍ଥାନୀୟ ବ୍ୟବସାୟୀ ସଂଘ

କନ୍ଧମାଳ(ଯୁଗାବ୍ଦ ନ୍ୟୁଜ )ସାମୁଦ୍ରିକ ବାତ୍ୟା ଫନିରେ ଓଡ଼ିଶାର ଉପକୂଳଜିଲ୍ଲାରେ ବ୍ୟାପକକ୍ଷୟକ୍ଷତି ହେବାସହ ବହୁ ଧନଜୀବନ ହାନି ହୋଇଯାଇଛି।ଏଥିନିମନ୍ତେ କ୍ଷତିଗ୍ରସ୍ତଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇବା ପାଇଁ ଜି ଉଦୟଗିରି ପୋଲିସ ଓ ସ୍ଥାନୀୟ ବ୍ୟବସାୟୀ ସଂଘର ମିଳିତ ଉଦ୍ୟମରେ ଜି ଉଦୟଗିରି ସହରର ସମସ୍ତ ବ୍ୟବସାୟୀ ଅନୁଷ୍ଠାନରେ ପହଞ୍ଚି ସହାୟତା ଲୋଡ଼ାଯାଇଥିଲା। ଏସଆଇ ରଞ୍ଜିତ କୁମାର ମୁନି ଏବଂ ବ୍ୟବସାୟୀ ସଂଘର ସଭାପତି ସମୀର ପାଢ଼ୀଙ୍କ ନେତୃତ୍ୱରେ ୨୩୦୯୦ ଟଙ୍କା ଆଦାୟ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ