ଦାରିଙ୍ଗବାଡ଼ି ଓ ବ୍ରାହ୍ମୁଣୀଗାଁ ଥାନାପକ୍ଷରୁ ଫୋନୀ ପୀଡ଼ିତଙ୍କୁ ସାହାଯ୍ୟ ପାଇଁ ଅନୁଦାନ ସଂଗ୍ରହ
ଦାରିଙ୍ଗବାଡ଼ି (ଯୁଗାବ୍ଦ ନ୍ୟୁଜ) ଦାରିଙ୍ଗବାଡ଼ି ବ୍ଳକରେ କାର୍ଯ୍ୟକରୁଥିବା ଦାରିଙ୍ଗବାଡ଼ି ଓ ବ୍ରାହ୍ମୁଣୀଗାଁ ଥାନାପକ୍ଷରୁ ଆଜି ଫୋନୀ ବାତ୍ୟା ପ୍ରପୀଡ଼ିତଙ୍କୁ ଓ ଉପକୂଳ ଓଡିଶାରେ କ୍ଷେୟକ୍ଷିତର ପୁନରଉଦ୍ଧାର ପାଇଁ ଆର୍ଥିକ ସାହାଯ୍ୟ ଯୋଗାଇବା ନେଇ ଦାରିଙ୍ଗବାଡ଼ି ଓ ବ୍ରାହ୍ମୁଣୀଗାଁ ବଜାର ବ୍ୟବସାୟି ଅନୁଷ୍ଠାନ ମାନଙ୍କ ଠାରୁ ଅନୁଦାନ ସଂଗ୍ରହ କରିଛନ୍ତି । ଦାରିଙ୍ଗବାଡ଼ି ଥାନା ଏସଆଇ ସୋମ୍ୟରଞ୍ଜନ ଜେନାଙ୍କ ନେତୃତ୍ବରେ ଥାନା କର୍ମଚାରୀଙ୍କୁ ନେଇ ଆର୍ଥିକ ସହାୟତା ସଂଗ୍ରହ କରିଥିଲେ । ସେହିପରି ବ୍ରାହ୍ମୁଣୀଗାଁ ଥାନା ଏସଆଇ ସଂଗ୍ରାମକେଶରୀ ଜେନାଙ୍କ ନେତୃତ୍ବରେ ଏଏସଆଇ ପ୍ରମୋଦ କୁମାର ଦୀପ ସହ ଅନ୍ୟ ସମସ୍ତ କର୍ମଚାରୀଙ୍କୁ ନେଇ ବ୍ରାହ୍ମୁଣୀଗାଁ ବଜାର ବୁଲି ଲୋକଙ୍କ ଠାରୁ ଫୋନୀ ବାତ୍ୟା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଅନୁରୋଧ କରି ଲୋକଙ୍କ ପାଖରେ ପାଞ୍ଚିଥିଲେ ।