ତରବରିଆ ପାଣିପଞ୍ଚାୟତ ନିର୍ବାଚନକୁ ନେଇ ଅସନ୍ତୋଷ

ହାଟଡ଼ିହି : ତରବରିଆ ଭାବେ ପାଣି ପଞ୍ଚାୟତ ନିର୍ବାଚନ କୁ ନେଇ ପାଣି ପଞ୍ଚାୟତ ସଦସ୍ୟ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଅଭିଯୋଗରୁ ଜଣାଯାଇଛି ଯେ ବିଦ୍ୟାଧରପୁର ଜଳସମ୍ପଦ ବିଭାଗ ଅଧିନରେ ଥିବା ଛେନାପଦି, ଆଗରପଡା ଓ ବିଦ୍ୟାଧରପୁର ସେକ୍ସନ ଅଧିନସ୍ଥ ୩୭ଟି ପାଣି ପଞ୍ଚାୟତ ରେ ନିର୍ବାଚନ ପାଇଁ ଆଜି ମାଇକ ଦ୍ୱାରା ପ୍ରଚାର କରାଯାଇଛି । ଆସନ୍ତା ୨୪ତାରିଖରୁ ନିର୍ବାଚନ ଆରମ୍ଭ ହେବ ବୋଲି ଘୋଷଣା କରାଯାଇଛି । ନିର୍ବାଚନ ହେବାର ୭ଦିନ ପୁର୍ବରୁ ବିଜ୍ଞାପନ କିମ୍ବା ପ୍ରଚାର ପ୍ରସାର ମାଧ୍ୟମରେ ପାଣି ପଞ୍ଚାୟତ ସଭ୍ୟ ମାନଙ୍କୁ ଅବଗତ କରାଇବା ପାଇଁ ନିୟମ ଥିବାବେଳେ କଣ ପାଇଁ ତରବରିଆ ଭାବେ ମାତ୍ର ୨୪ଘଣ୍ଟା ପୁର୍ବରୁ ପ୍ରଚାର କରାଯାଉଛି ତାହାକୁ ନେଇ ପାଣି ପଞ୍ଚାୟତ ସଦସ୍ୟ ମାନେ ପ୍ରଶ୍ନ କରିଛନ୍ତି । ଏ ସମ୍ପର୍କରେ ବିଭାଗୀୟ ସହକାରୀ ଯନ୍ତ୍ରୀ ସଞ୍ଜିବ ବେହେରାଙ୍କୁ ପଚାରିବାରେ ସେ ଉଚ୍ଚ କର୍ତ୍ତୁପକ୍ଷଙ୍କ ନିର୍ଦ୍ଦେଶ ଅନୁସାରେ ନିଷ୍ପତି ନେଇଛନ୍ତି ବୋଲି କହିଛନ୍ତି । ଏନେଇ କିଛି ସଭ୍ୟ ଅଧିକାରୀଙ୍କ ଏପରି ନିଷ୍ପତି ବିରୁଦ୍ଧରେ ଅଦାଲତର ଆଶ୍ରୟ ନେବେ ବୋଲି ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ