କେନ୍ଦ୍ରାପଡା ସାହିତ୍ୟ ଉତ୍ସବ ଉଦଯାପିତ
କେନ୍ଦ୍ରାପଡା : ଡେଭଲପମେଂଟ ଫାଉଣ୍ଡେସନ ଆନୁକୁଲ୍ୟରେ ଗରାପୁରସ୍ଥିତ ହୋଟେଲ ଦି ପ୍ୟାଲେସ ପରିସରରେ ରବିବାର ଅପରାହ୍ନରେ କେନ୍ଦ୍ରାପଡା ସାହିତ୍ୟ ଉତ୍ସବ – ୨୦୨୦ ଉଦଯାପିିତ ହୋଇଯାଇଛି । ଏହି ଉପଲକ୍ଷେ କେନ୍ଦ୍ରାପଡା ଡେଭଲପମେଂଟ ଫାଉଣ୍ଡେସନର ମ୍ୟାନେଜିଂ ଟ୍ରଷ୍ଟି ତଥା ଆବାହକ ଚୈାଧୁରୀ ଅମିତାଭ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଲେଖକ ତଥା ଅବସରପ୍ରାପ୍ତ ପ୍ରଶାସକ ରବିନାରାୟଣ ସେନାପତି ,ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ବକାର ଶ୍ରୀରାମ ଦାଶ ଓ ସମ୍ମାନୀତ ଅତିଥି ଭାବରେ କବୟତ୍ରୀ ଅପର୍ଣ୍ଣା ମହାନ୍ତି ଓ ଅବସରପ୍ରାପ୍ତ ପ୍ରଶାସକ ସୁରେଶ ଚନ୍ଦ୍ର ମନ୍ତ୍ରୀ ଯୋଗଦେଇ କେନ୍ଦ୍ରାପଡା ମାଟି ବହୁ କୃତି ସନ୍ତାନଙ୍କୁ ଜନ୍ମ ଦେଇ ତା’ର ସାହିତ୍ୟ, ସଂସ୍କୃତି ସମୃଦ୍ଧିକୁ ରୁଦ୍ଧିମନ୍ତ କରିଛି । ଗଣକବି ଗୋପାଳ ଦାଶଙ୍କ ଠାରୁ ଆରମ୍ଭ କରି ଦୀପକ ମିଶ୍ରଙ୍କ ପର୍ଯ୍ୟନ୍ତ ବହୁ ସାହିତ୍ୟିକ ଓ କବି ଏହି ମାଟିରେ ଜନ୍ମନେଇ ଓଡିଶାର ସାହିତ୍ୟ ଜଗତକୁ ବହୁ ଆଗକୁ ନେଇଛନ୍ତି । ଓଡିଶା ନୈାବାଣିଜ୍ୟ ବିକାଶକୁ କେନ୍ଦ୍ରାପଡାର ଅନନ୍ୟ ଅବଦାନ ରହିଛି । ରାଜନୈତିକ ଇଛାଶକ୍ତିର ଅଭାବ ଯୋଗୁଁ କେନ୍ଦ୍ରାପଡାର ଯେଉଁଭଳି ବିକାଶ ହେବା କଥା ତାହା ସମ୍ଭବ ହୋଇପାରିନାହିଁ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ପୂର୍ବାହ୍ନରେ ଅମରେଶ ବିଶ୍ୱାଳଙ୍କ ସଂଯୋଜନାରେ “ସାହିତ୍ୟରେ ଯୁବ ସ୍ୱର : ବୃତ୍ତି ଓ ପ୍ରବୃତ୍ତି” ଶୀର୍ଷକ ଆଲୋଚନାଚକ୍ରରେ ରାଜେନ୍ଦ୍ର ରାଉଳ, ରଞ୍ଜନ ପ୍ରଧାନ,ଶୁଭ୍ରାଂଶୁ ପଣ୍ଡା, ମୈାସୁମୀ ଦାସ ଓ ପବିତ୍ର ବ୍ରହ୍ମପୁତ୍ର ନାୟକ ପ୍ରମୁଖ ବକ୍ତା ଭାବେ ଯୋଗଦେଇଥିବା ବେଳେ ମଧ୍ୟାହ୍ନରେ ସୁନନ୍ଦା ପ୍ରଦାନଙ୍କ ସଂଯୋଜନାରେ ଅନୁଷ୍ଟିତ “ସାମ୍ପ୍ରତ୍ତିକ ସାହିତ୍ୟରେ ନାରୀ ସ୍ୱର : ବାଧା ଓ ଉଡାଣ” ଶୀର୍ଷକ ଆଲୋଚନାଚକ୍ରରେ ବକ୍ତା ଭାବେ ସରୋଜିନୀ ସାହୁ,ବାସନ୍ତୀ ମହାନ୍ତି,ଚିରଶ୍ରୀ ଇନ୍ଦ୍ରସିଂହ,ହିରଣ୍ମୟୀ ମିଶ୍ର ଓ ସ୍ୱାଗତିକା ସ୍ୱାଇଁ ଯୋଗଦେଇ ଆଲୋଚନା କରିଥିଲେ । ଶେଷରେ କବି ଈଶ୍ୱର ଚନ୍ଦ୍ର ପୃଷ୍ଟି ଓ କଳ୍ପନା ମଲ୍ଲିକଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ଆସରରେ କବିତା ମୁଦୁଲି,ଅବନ୍ତୀ ବେହେରାଙ୍କ ସମେତ ବହୁ କବି ଓ କବୟତ୍ରୀମାନେ ଯୋଗଦେଇ ସ୍ୱରଚିତ କବିତା ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି ସାରସ୍ୱତ ଆସରରେ କେନ୍ଦ୍ରାପଡା ଇଭେଂଟ ମ୍ୟାନେଜର୍ସର ମୁଖ୍ୟ ଉପଦେଷ୍ଟା ତଥା କଥାକାର ଡଃ.ବିରଜା ପ୍ରସାଦ ରାଉତରାୟ, ସମ୍ପାଦକ ଏମଡି ଜାହିଦ ଖାନ, ଶେଷଦେବ ଦାସ, ପ୍ରଦୀପ କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।