ଆରମ୍ଭ ହେଲା ଡରର ଖେଳ ‘ଖତରୋଁ କେ ଖିଲାଡ଼ି ୧୦’
‘ଖତରୋଁ କେ ଖିଲାଡ଼ି’ ସିଜନ୍ ୧୦ ଶନିବାର ୨୨ ଫେବ୍ରୁଆରୀରୁ ଆରମ୍ଭ ହୋଇଛି। ଏହି ଶୋ’ର ହୋଷ୍ଟ ତଥା ନିର୍ଦେଶକ ରୋହିତ ଶେଟ୍ଟୀ ଏହି ରୋମାଞ୍ଚକ ଯାତ୍ରାର ଆରମ୍ଭ କରିଛନ୍ତି। ‘ଖତରୋଁ କେ ଖିଲାଡ଼ି’ ସିଜନ୍ ୧୦ର ପ୍ରଥମ ଏପିସୋଡ୍ ୨୨ ଫେବ୍ରୁଆରୀ ରାତି ୯ଟାରେ ପ୍ରସାରିତ ହୋଇଛି। ଏହି ଶୋ’ କଲର୍ସ ଚ୍ୟାନେଲ୍ରେ ପ୍ରସାରିତ ହେଉଛି। ରୋହିତ ଏହା ପୂର୍ବରୁ ୫ ଥର ‘ଖତରୋଁ କେ ଖିଲାଡି’ର ହୋଷ୍ଟ କରିସାରିଛନ୍ତି।
‘ଖତରୋଁ କେ ଖିଲାଡି ୧୦’ର ପ୍ରମୋ ଭିଡ଼ିଓ ଏହା ପୂର୍ବରୁ ପ୍ରସାରିତ ହୋଇସାରିଛି। ଏହି ଭିଡ଼ିଓରେ ଡରର ଅଲଗା ଏକ ଲେବଲ୍ ଦେଖିବାକୁ ମିଳୁଛି। ଏଥର ଶୋ’ରେ କେବଳ ଖତରନାକ ଷ୍ଟଣ୍ଟ ଦେଖିବାକୁ ମିଳିବନି, ବରଂ ଭୟଙ୍କର ପଶୁଙ୍କ ସହିତ ସେଲିବ୍ରିଟିମାନେ ଶକ୍ତି ମଧ୍ୟ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳୁଛି। ଶୋ’ର ଶୁଟିଂ ବୁଲ୍ଗେରିଆରେ ହୋଇଛି। ବୁଲ୍ଗେରିଆର ସୁନ୍ଦର ଲୋକେସନ୍ରେ ଏଭଳି ଆଡଭେଞ୍ଚର ଗେମ୍ସ ଓ ଷ୍ଟଣ୍ଟସ୍ ଦର୍ଶକଙ୍କୁ ଆକର୍ଷିତ କରିପାରେ।
‘ଖତରୋଁ କେ ଖିଲାଡ଼ି ୧୦’ର ଟିଭିର ଲୋକପ୍ରିୟ ଚେହେରା ନଜର ଆସିବାକୁ ଯାଉଛନ୍ତି। ଏଥର ଏହି ଶୋ’ରେ କରୀସ୍ମା ତନ୍ନା, ରାଣୀ ଚାଟାର୍ଜୀ, କରନ ପଟେଲ, ଆର୍ଜେ ମଲିଷ୍କା, ଅଦା ଖାନ, ଶିଭିନ ନାରଙ୍ଗ, ଧର୍ମେଶ ୟେଲାନ୍ଦେ, ବଲରାଜ ସିଆଲ, ତେଜସ୍ବୀ ପ୍ରକାଶ, ଅମୃତ ଖାନଭିଲକର ଅଂଶଗ୍ରହଣ କରିଛନ୍ତି। ଏହି ସମସ୍ତ ପ୍ରତିଯୋଗୀ ପରସ୍ପରକୁ କଡ଼ା ଟକ୍କର ଦେବାକୁ ଯାଉଛନ୍ତି।