ବାଲମୁକୁନ୍ଦ କେନ୍ଦ୍ର ପକ୍ଷରୁ ଅନ୍ଧବିଶ୍ୱାସ ନିବାରଣ ପାଇଁ ସଚେତନତା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ସହରର ରାଜଗୁରୁ ସାହି ଠାରେ ଥିବା ପରିଚ୍ଛା ମଠ ପରିସରରେ ବାଲ୍ମୁକୁନ୍ଦ କେନ୍ଦ୍ର ପକ୍ଷରୁ ଅନ୍ଧବିଶ୍ୱାସ ନିବାରଣ ପାଇଁ ‘ମୁହୂର୍ତ୍ତ’ ନାମକ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶିଶୁ ପ୍ରେମୀ ଦିଲ୍ଲୀପ କୁମାର ବଳୀ ଯୋଗଦେଇ ସମୟ ଶୁଭ ବା ଅଶୁଭ ଭଲ ବା ଖରାପ ହୋଇନଥାଏ ବଂର ଭଲକାମ ପ୍ରତି ମୁହୁର୍ତ୍ତରେ ଶୁଭ ଓ ଖରାପ କାମ ପ୍ରତି ମୁହୂର୍ତ୍ତରେ ଅଶୁଭ ବୋଲି ସେ ବୁଝାଇଥିଲେ । ସେହିପରି ଶିଶୁମାନଙ୍କୁ ଗଣିତ ଶିକ୍ଷା ପ୍ରଦାନ କରାଯାଇଥିଲା । ପରେ ସାପ୍ତାହିକ ଆଲୋଚନାରେ ବିଶ୍ୱ ମାତୃଭାଷା ଦିବସ ଓ ମହାଶିବରାତ୍ର ବିଷୟରେ ଆଲୋଚନା ହୋଇଥିଲା ।