ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଠକେଇ ଅଭିଯୋଗ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାରେ ଜଣେ ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ କାଶୀନଗର ଥାନାରେ ଠକେଇ ଅଭିଯୋଗ ହୋଇଥିବା ସୂଚନା ମିଳିଛି. ଜଣେ ଯୁବତୀଙ୍କୁ ବିଆରଏସ ଚାକିରି କରାଇଦେବା ନାମରେ 5 ଲକ୍ଷ 50 ହଜାର ଠକି ନେଇଥିବା ଜଣାଯାଇଛି. ସୂଚନା ଅନୁଯାୟୀ, ୨୦୧୪ ମସିହା ସେପ୍ଟେମ୍ବର ମାସରେ ଗଜପତି ଜିଲ୍ଲା ୩ୟ ବାଟାଲିୟନ ଓଏସଏପିରେ କାର୍ଯ୍ୟରତ ପୁଲିସ କର୍ମଚାରୀ ସୁମନ୍ତ ନାୟକ ସିତାପୁର ଗ୍ରାମର ବୋମାଲି ରାଣୀଙ୍କୁ ସରକାରୀ ଜିଆରଏସ୍ ଚାକିରି କରାଇଦେବେ ବୋଲି ବିଶ୍ଵାସ ଜନ୍ମାଇ ବିଭିନ୍ନ ପର୍ଯ୍ୟାୟରେ ମୋଟ ୫ ଲକ୍ଷ ୫୦ ହଜାର ଟଙ୍କା ନେଇଥିଲେ। ତେବେ ଟଙ୍କା ଦେବା ପରେ ଦୀର୍ଘ ସମୟ ବିତିଯାଇଥିଲେ ମଧ୍ୟ ତାଙ୍କୁ କୌଣସି ଚାକିରି ମିଳିନଥିଲା। ଯୁବତୀ ଜଣକ ବାରମ୍ବାର ଯୋଗା ଯୋଗ କରିବା ପରେ ମଧ୍ୟ ତାଙ୍କୁ ଟଙ୍କା ଫେରସ୍ତ ଦିଆ ଗଲାନାହିଁ ଏବଂ ସମ୍ପୃକ୍ତ କର୍ମଚାରୀ ବିଭିନ୍ନ ଆଳ ଦେଖାଇ ସମୟ ଗଡ଼ାଇ ଚାଲିବାରେ ଅତିଷ୍ଠ ହୋଇ ବୋମାଲି ରାଣୀ କାଶୀନଗର ପୋଲିସ ଥାନାରେ ପହଞ୍ଚି ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ । ବର୍ତ୍ତମାନ କାଶୀନଗର ଥାନାରେ ମକଦ୍ଦ୍ୱମା ରୁଜୁ ହେବା ସହ ଘଟଣାର ତଦନ୍ତ ଜାରି ରହିଥିବା ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ