ଜିଲ୍ଲା ଅଙ୍ଗନୱାଡି ସହାୟିକା ସଙ୍ଘର ଜିଲ୍ଲା ସମ୍ମିଳନୀ
କେନ୍ଦ୍ରାପଡା : ଜିଲ୍ଲା ଅଙ୍ଗନୱାଡି ସହାୟିକା ସଙ୍ଘର ୧୪ତମ ଜିଲ୍ଲା ସମ୍ମିଳନୀ ଓ ପ୍ରତିଷ୍ଠା ସମାରୋହ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚାରିଗାଁ ମା’ ମାଳଠାକୁରାଣୀଙ୍କ ପୀଠସ୍ଥଳିରେ ସଙ୍ଘର ଜିଲ୍ଲା ସଭାପତି ବିନୟ କୁମାର ବୋଷଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସମ୍ମିଳନୀରେ ସର୍ବସମ୍ମତି କ୍ରମେ ଗୃହିତ ହୋଇଥିବା ପ୍ରସ୍ତାବ ଗୁଡିକ ମଧ୍ୟରେ ପ୍ରତ୍ୟେକ ଅଙ୍ଗନୱାଡି କେନ୍ଦ୍ରରେ ନିଆଯାଉଥିବା ଉପଭୋକ୍ତାଙ୍କ ଉପସ୍ଥାନକୁ ଅଙ୍ଗନୱାଡି ସହାୟିକାଙ୍କୁ ଜଣାଇବା ସହ ସାର୍ବଜନିନ କରାଯିବା,କେନ୍ଦ୍ରକୁ ଆସୁଥିବା ଅନୁଦାନ ଓ ସାମଗ୍ରି ଗୁଡିକ ସମ୍ପର୍କରେ ସହାୟିକାମାନଙ୍କୁ ସମ୍ପୂର୍ଣ୍ଣ ର୍ ତଥ୍ୟ ପ୍ରଦାନ ଅଧିକାର ଭୁକ୍ତ କରାଯିବା, ବର୍ଦ୍ଧିତ ଦରମା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶୃତି ରକ୍ଷା କରିବା,ସହାୟିକାମାନଙ୍କୁ ଭବିଷ୍ୟନିଧି ଯୋଜନାରେ ସାମିଲ କରାଯିବା ସହିତ ଓ ଚିକିତ୍ସା ଭତ୍ତା ପ୍ରଦାନ ପ୍ରଭୃତି ରହିଛି । ଉପରୋକ୍ତ ଦାବି ଗୁଡିକର ସୁବିଚାର ପାଇଁ ଜିଲ୍ଲାପାଳ ଓ ବିଭାଗୀୟ ଶାସନ ସଚିବ ଏବଂ ମୁଖ୍ୟମନ୍ତ୍ରୀଙ୍କ ଅବଗତି ନିମନ୍ତେ ସ୍ମାରକପତ୍ର ମାଧ୍ୟମରେ ଜଣାଇ ଦିଆଯାଇଛି । ସମ୍ମିଳନୀରେ ସଙ୍ଘର ଉପସଭାପତି ବିଦ୍ୟାଧର ଜେନା,ସାଧାରଣ ସମ୍ପାଦିକା ଲକ୍ଷ୍ମୀ ମଲ୍ଲିକ,ଯୁଗ୍ମ ସମ୍ପାଦିକା ମୀନତି ସାହୁ,କୋଷାଧ୍ୟକ୍ଷ ଅଞ୍ଜନା ମଲ୍ଲିକ, ଅବନ୍ତୀ ଦାସ, ଉପଦେଷ୍ଟା ସୁଦାମ ମଲ୍ଲିକ, ସୁରେନ୍ଦ୍ର କୁମାର ସାମଲ, ଅଶୋକ କୁମାର ପଣ୍ଡା, ରାଜେଶ କୁମାର ଦାଶ ପ୍ରମୁଖ ଜିଲ୍ଲାର ସମସ୍ତ ବ୍ଲକ ଓ ପୈାରାଂଚଳର ଶତାଧିକ ଅଙ୍ଗନୱାଡି ସହାୟିକାମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।