ମେଘଖଣ୍ଡର ବଳ ଲକ୍ଷେ ହାତୀର

ଜାଣିଛନ୍ତି କି, ଗୋଟିଏ ମେଘ ଖଣ୍ଡର ଓଜନ କେତେ? ଆଉ ଘୂଣ୍ଣିବାତ୍ୟା ସମୟର ମେଘଖଣ୍ଡ ତ ଲକ୍ଷାଧିକ ହାତୀଭଳି ଓଜନଦାର। ସାଧାରଣତଃ ଏକ ମେଘଖଣ୍ଡ ବା ବାଦଲ ଖଣ୍ଡର ଓଜନ ୫ଶହ ଟନ୍‌ ବା ୧୦୦ ହାତୀଙ୍କ ଓଜନ ସହ ସମାନ ହୋଇଥାଏ। ସେହିପରି ଏକ ଘୂର୍ଣ୍ଣିବାତ୍ୟା ସମୟର ବାଦଲ ଖଣ୍ଡର ଓଜନ ଦୁଇଲକ୍ଷ ହାତୀଙ୍କ ଓଜନ ସହ ସମାନ। ସୂଚନାଯୋଗ୍ୟ, ବୈଜ୍ଞାନିକମାନେ ଏବେ ମେଘଖଣ୍ଡର ଓଜନ ମାପିବାରେ ସମର୍ଥ ହୋଇଛନ୍ତି। ମେଘଖଣ୍ଡର ଆକୃତି ଓ ଏଥିରେ ଥିବା ଆନୁମାନିକ ଜଳୀୟଅଂଶର ପରିମାଣ ମାଧ୍ୟମରେ ଏହାର ଓଜନ କରାଯାଇ ପାରୁଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ