ବିପଦରୁ ବଞ୍ଚିବାର ଉପାୟ:
ବିପଦରୁ ବଞ୍ଚିବାର ଉପାୟ
ଗରିବ ଓ ଭୋକିଲାଙ୍କୁ ଖାଦ୍ୟ ଖୁଆନ୍ତୁ । ଏହା ଦ୍ୱାରା ଶନିଦେବ ପ୍ରସନ୍ନ ହେବେ । ପ୍ରତିଦିନ ଶମୀ ଗଛ ଓ ଅଶ୍ୱତ୍ଥ ଗଛ ତଳେ ସୋରିଷ ତେଲ ଢାଳିବା ସହ ଏକ ଦୀପ ଜାଳନ୍ତୁ । ଏହା ଦ୍ୱାରା ଆପଣଙ୍କ ଭବିଷ୍ୟତରେ ହେବାକୁ ଥିବା ସମସ୍ୟା ଦୂର ହୋଇଯାଏ । ଶନିବାର ଦିନ ଏକ ପାତ୍ରରେ ସୋରିଷ ତେଲ ରଖି ସେଥିରେ ନିଜ ମୁହଁରେ ପ୍ରତିଛବିକୁ ଦେଖି ଏହି ତେଲ ଦାନ କରନ୍ତୁ । ଏହା ଦ୍ୱାରା ଶନିଦେବ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି ।
ରାଶିର ଅନୁସାରେ ଖରାପ ଗୁଣ
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରାଶିଚକ୍ରରେ ମୋଟ ୧୨ଟି ରାଶି ରହିଛି । ପ୍ରତ୍ୟେକ ରାଶିରେ କିଛି ଭଲ ଗୁଣ ଅଛି ଓ କିଛି ଖରାପ ଗୁଣ ରହିଛି । ଆଜି ଆସନ୍ତୁ ଜାଣିବା ରାଶିମାନଙ୍କର ବଦ୍ଗୁଣ ବା ଖରାପ ଗୁଣ ବିଷୟରେ ।
ମେଷ:ଏହି ରାଶିର ଲୋକମାନେ ବହୁତ ରାଗୀ । ଏମାନେ ଛୋଟ ଛୋଟ କଥାରେ ଉତ୍ସାହିତ ହୋଇଯାଆନ୍ତି ଓ ନିଜ ଉପରୁ ନିୟନ୍ତ୍ରଣ ହରାନ୍ତି । ଏହି ଉତ୍ସାହ ଏମାନଙ୍କ ଉପରେ ସଫଳତାରେ ବାଧକ ସାଜେ ।
ବୃଷ:ଏହି ରାଶିର ଲୋକମାନେ ଈର୍ଷାଳୁ ସ୍ୱଭାବର ହୋଇଥାଆନ୍ତି । ଏମାନେ ନିଜ ସମ୍ପର୍କକୁ ଗୁପ୍ତ ରଖିବାକୁ ଚାହାଁନ୍ତି । ଏମାନଙ୍କ ମଧ୍ୟରୁ ଅନେକ ଜିଦିଆ ହୋଇଥାଆନ୍ତି ।
ମିଥୁନ:ଏମାନେ ଭାରି ମୁଡ୍ଡି ହୋଇଥାଆନ୍ତି । ତେଣୁ ଏମାନଙ୍କ ସମ୍ପର୍କରେ ସର୍ବଦା ମତଭେଦ ଦେଖାଦିଏ ।
କର୍କଟ:ଏହି ରାଶିର ଲୋକମାନେ ଅଧିକ ସମ୍ବେଦନଶୀଳ ହୋଇଥାନ୍ତି । ଏମାନେ ଖୁବ ଶୀଘ୍ର ଡିପ୍ରେସନ୍ର ଶିକାର ହୁଅନ୍ତି ।
ସିଂହ:ଏହି ରାଶିର ଲୋକମାନଙ୍କର ସବୁଠୁ ବଡ଼ ଖରାପ ଗୁଣ ହେଉଛି ଯେ ଏମାନେ ଅନ୍ୟମାନଙ୍କ ଉପରେ ହୁକୁମ ଚଳାଇବାକୁ ପସନ୍ଦ କରନ୍ତି । ଏମାନେ ଭାରି ଅହଂକାରୀ ।
କନ୍ୟା:ଏମାନେ ଅନ୍ୟର ଭୁଲକୁ ଏତେ ଜଲ୍ଦି କ୍ଷମା କରନ୍ତି ନାହିଁ । ସବୁ କଥାରେ ବହୁତ ଖୋଳତାଡ଼ କରନ୍ତି । ବହୁ ସମୟରେ କଳହ ସ୍ୱଭାବର ହୋଇଥାଆନ୍ତି ।
ତୁଳା:ତୁଳା ରାଶିର ଲୋକମାନେ ନିଷ୍ପତ୍ତି ନେଇପାରନ୍ତି ନାହିଁ । ବାରମ୍ବାର ନିଜ ନିଷ୍ପତ୍ତି ବଦଳାନ୍ତି ।
ବିଛା:ପ୍ରତିଶୋଧ ନେବା ପାଇଁ ଏହି ରାଶିର ଲୋକମାନେ କିିଛି ବି କରିପାରନ୍ତି । ଈର୍ଷାଳୁ ସ୍ୱଭାବର ହୋଇଥାନ୍ତି । ଅନ୍ୟର ଭୁଲକୁ ବାଛନ୍ତି ।
ଧନୁ:ଏମାନେ ଅନ୍ୟକୁ କଡ଼ା କଥା କହନ୍ତି । ଏମାନଙ୍କ ମୁଡ୍ ବାରମ୍ବାର ବଦଳେ ।
ମକର: ମକର ରାଶିର ଲୋକମାନେ ଅନ୍ୟମାନଙ୍କୁ ଆଦୌ ସମ୍ମାନ କରନ୍ତି ନାହିଁ । ଏମାନେ ନିଜେ ନୀତି ନିୟମ କରି କାର୍ଯ୍ୟ କରନ୍ତି ।
କୁମ୍ଭ:ଏହି ରାଶିର ଲୋକମାନେ ସବୁବେଳେ ନିଜକୁ ଅନ୍ୟମାନଙ୍କଠାରୁ ଦୂରେଇ ରଖିବାକୁ ପସନ୍ଦ କରନ୍ତି । ଏମାନେ ବେଳେବେଳେ ବିଦ୍ରୋହାତ୍ମକ ମଧ୍ୟ ହୋଇଯାଆନ୍ତି ।
ମୀନ:ଏମାନେ ନିଜ ସ୍ୱପ୍ନର ଦୁନିଆରେ ବଞ୍ଚିବାକୁ ପସନ୍ଦ କରନ୍ତି । ନିଜର କ’ଣ ଆବଶ୍ୟକତା ରହିଛି ତାହା ବି ଏମାନେ ଜାଣନ୍ତି ନାହିଁ ।