ମେଲେରିଆ ନିରାକରଣ ନେଇ ‘ଦମନ’ କାର୍ଯ୍ୟକ୍ରମ

ଯୋଡ଼ା (ଯୁଗାଦ୍ଦ) କେନ୍ଦୁଝର ଜିଲା ଯୋଡା ବ୍ଲକ ସିଲିଯୋଡା ପ୍ରାଥମିକ ବିଦ୍ୟାଳୟଠାରେ ମଙ୍ଗଳବାର ପୂର୍ବାହ୍ନରେ ମେଲେରିଆ ନିରାକରଣ ପାଇଁ ଆରମ୍ଭ କରାଯାଇଥିବା ‘ଦମନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଉଲକେଲା ଗବେଷଣା କେନ୍ଦ୍ରର ମୁଖ୍ୟ ଡାକ୍ତର ହକ୍ ଏବଂ ବାସୁଦେବପୁରର ଏମ୍‌ସିଏସ୍ ପପୁନ୍ ମହାନ୍ତ, ସ୍ୱାସ୍ଥ୍ୟ ପରିଦର୍ଶକ ଅଚ୍ୟୁତାନନ୍ଦ ପାତ୍ର, ସ୍ୱାସ୍ଥ୍ୟ କର୍ମୀ କ୍ଷୀରୋଦ ଚନ୍ଦ୍ର ମହାନ୍ତ ଏବଂ ଏଏନଏମ୍ ସ୍ୱର୍ଣ୍ଣପ୍ରଭା ପରିଡା ତଥା ଅଙ୍ଗନଓାଡି ଓ ଆଶାକର୍ମୀମାନେ ଅଂଶଗ୍ରହଣ କରିଥିଲେ । ଏହି ଶିବିରରେ ହିମୋଗ୍ଲୋବିନ୍ , ଡାଇବେଟିସ୍‌, ବ୍ଲଡପ୍ରେସର, ହାଇଟ୍ ଓ େଓଟ୍ ପରୀକ୍ଷା କରାଯିବା ସଙ୍ଗେ ସଙ୍ଗେ ରକ୍ତ ପରୀକ୍ଷା କରାଯାଇଥିଲା । ମଙ୍ଗଳବାର ୨୨୭ ଜଣ ବ୍ୟକ୍ତିଙ୍କ ପରୀକ୍ଷା କରାଯାଇଥିବା ବେଳେ ଗୋଟିଏ ହେଲେ ବି ପଜିଟିବ୍ କେଶ୍ ବାହାରିନଥିବା ସ୍ୱାସ୍ଥ୍ୟ ପରିଦର୍ଶକ ଅଚ୍ୟୁତାନନ୍ଦ ପାତ୍ର କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ