ମୋବାଇଲକୁ ଅଶ୍ଳିଳ ମେସେଜ ଦେଇ ଯୁବକ ଅଟକ
ହାଟଡ଼ିହି : ଜଣେ ଯୁବତୀକୁ ମୋବାଇଲରେ ଅଶ୍ଳିଳ ମେସେଜ ପଠାଇବା ଓ ବାରମ୍ବାର ଫୋନକରି ହଇରାଣ ହରକତ କରୁଥିବା ଅଭିଯୋଗରେ ନନ୍ଦିପଦା ପୁଲିସ ଜଣେ ଯୁବକକୁ ଅଟକ ରଖିଛି । ଖବରରୁ ଜଣାଯାଇଛି ଯେ ଗୋପାଳପୁର ଗ୍ରାମର ଜଣେ ଯୁବତୀ ନିକଟକୁ ଭାତକରୁଆ ଗ୍ରାମର ଜଣେ ଯୁବକ ବାରମ୍ବାର ଫୋନ କରିବା ସହିତ ଅଶ୍ଳିଳ ମେସେଜ ପଠାଉଥିଲା । ଏନେଇ ଯୁବତୀଙ୍କ ପରିବାର ଲୋକେ ସଂପୃକ୍ତ ଯୁବକକୁ ବାରଣ କରିଆସୁଥିଲେବି କୌଣସି ପରିବର୍ତ୍ତନ ଘଟି ନଥିଲା । ଫଳରେ ଯୁବତୀଙ୍କ ପରିବାର ଲୋକେ ଏନେଇ ନନ୍ଦିପଦା ଥାନାରେ ଅଭିଯୋଗ କରିବାପରେ ନନ୍ଦିପଦା ପୁଲିସ ସଂପୃକ୍ତ ଯୁବକକୁ ଥାନାରେ ଅଟକ ରଖି ପଚରା ଉଚୁରା କରୁଛି ।


