୨୫ଶହ ହିତାଧିକାରୀଙ୍କୁ ମିଳିଲା ରିଲିଫ୍
କୋଣାର୍କ (ଜୁଗାବ୍ଦ ନ୍ୟୁଜ୍): ଫାନି ବାତ୍ୟାରେ ଛାରଖାର ହୋଇଥିବା କୋଣାର୍କ ଏନଏସିର ୧୩ଟି ୱାର୍ଡରେ ରବିବାର ରାଜ୍ୟ ସରକାରଙ୍କ ପକ୍ଷରୁ ରାସନା କାର୍ଡ ହିତାଧିକାରୀଙ୍କୁ ୫୦ କିଗ୍ରା ଚାଉଳ ସହିତ ଦୁଇ ହଜାର ଟଙ୍କା ବଣ୍ଟା ଯାଇଛି । ସକାଳ ୮ରୁ ସଂଧ୍ୟା ପର୍ଯ୍ୟନ୍ତ ୱାର୍ଡର ବିିଭିନ୍ନ ଜାଗାରେ ଡିଲର, ଏନଏସି କର୍ମଚାରୀ ଓ ଅଙ୍ଗନବାଡି କର୍ମୀଙ୍କୁ ନେଇ ପୁଲିସ ଉପସ୍ଥିତିରେ ଏହି ରିଲିଫ୍ ଚାଉଳ ଓ ଟଙ୍କା ବଣ୍ଟାଯାଇଥିଲା । ବାକି ରହିଯାଇଥିବା ହିତାଧିକାରୀଙ୍କୁ ଆସନ୍ତକାଲି ପୁଣି ବଣ୍ଟନ କରାଯିବ ବୋଲି ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି ।