୧୧ଟି ନୂତନ ଘରୋଇ ବିମାନ ଲଞ୍ଚ କରିବ ସ୍ପାଇସ୍‌ ଜେଟ୍‌

ମୁମ୍ବାଇ : ଘରୋଇ ବିମାନ ଚଳାଚଳ କମ୍ପାନୀ ସ୍ପାଇସ୍‌ ଜେଟ୍‌ ୧୧ଟି ନୂତନ ଘରୋଇ ବିମାନ ଲଞ୍ଚ କରିବାକୁ ଯାଉଛି । ଆସନ୍ତା ମାର୍ଚ୍ଚ ୨୯ ତାରିଖରେ ସ୍ପାଇସ୍‌ ଜେଟ୍‌ ପକ୍ଷରୁ ଏହି ବିମାନ ଚଳାଚଳ ହେବା ନେଇ ଘୋଷଣା କରାଯାଇଛି । ମୁମ୍ବାଇ-ଲେହ, ଲେହ-ଶ୍ରୀନଗର ଏବଂ ଶ୍ରୀନଗର-ମୁମ୍ବାଇ ରୁଟ୍‌ରେ ପ୍ରଥମ ଥର ପାଇଁ ବିମାନ ଚଳାଚଳ ନେଇ ଘୋଷଣା କରାଯାଇଛି । ସେହିପରି ମୁମ୍ବାଇ-ରାଜକୋଟ, ଦିଲ୍ଲୀ-ଧର୍ମଶାଳା ଏବଂ ବେଙ୍ଗାଲୁରୁ-ବିଜୟଓ୍ବାଡା ରୁଟ୍‌ରେ ଏହି ୧୧ଟି ନୂତନ ବିମାନ ଯାତ୍ରା କରିବ । ନିକଟରେ ୨୦ଟି ବିମାନ ଚଳାଚଳ ସମ୍ପର୍କରେ ସ୍ପାଇସ୍‌ ଜେଟ୍‌ ପକ୍ଷରୁ ଘୋଷଣା କରାଯାଇଥିବା ବେଳେ ୨୯ ତାରିଖରୁ ୧୧ଟି ବିମାନ ଚଳାଚଳ ଆରମ୍ଭ କରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ