ବାତ୍ୟା କ୍ଷୟକ୍ଷତି ତଦନ୍ତରେ ବିଳମ୍ବ: ଚୁଡାନ୍ତ ତାଲିକା ପ୍ରକାଶ ନେଇ ଆଶଙ୍କା

ବନ୍ତ(ଯୁଗାଦ୍ଧ ନ୍ୟୁଜ୍) : ଗତ ୩ ତାରିଖରେ ବାତ୍ୟା‘ଫନି’ ବନ୍ତ ବ୍ଲକର ବହୁ ପଞ୍ଚାୟତରେ କ୍ଷତି ଘଟାଇଥିବା ବେଳେ କ୍ଷୟକ୍ଷତି ତଦନ୍ତରେ ବିଳମ୍ବ ଦେଖାଯାଇଛି । ଫଳରେ ଚୁଡାନ୍ତ ତାଲିକା ପ୍ରକାଶ ନେଇ ଆଶଙ୍କା ପ୍ରକାଶ ପାଇଛି । ପ୍ରକାଶ ଯେ, ବନ୍ତ ତହସିଲ ଅଧିନ ଛୟାଳସିଂହ, କେନ୍ଦୁଆପଦା, ଆପଣ୍ଡା, ଆଗରପଡା, ଅଣିଜୋ, ଗଣିଜାଙ୍ଗ ଆଦି ୬ଟି ରାଜସ୍ୱ ନୀରିକ୍ଷକ କାର୍ଯ୍ୟାଳୟ ଅଧିନରେ ବହୁ ରାଜସ୍ୱ ଗ୍ରାମରେ ଲୋକଙ୍କର କ୍ଷତି ହୋଇଛି । ବହୁ ଲୋକଙ୍କର ଘର ସଂପୂର୍ଣ୍ଣ ଭାଂଗି ଯାଇଥିବା ବେଳେ କେତେକ ଲୋକଙ୍କର ଘର ଛପର ଉଡି ଯାଇଛି । ବାତ୍ୟାକୁ ଏହା ମଧ୍ୟରେ ୧୦ ଦିନ ବିତି ଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଅଦ୍ୟାବଧି ତଦନ୍ତ ଶେଷ ହୋଇନାହିଁ । ବର୍ତ୍ତମାନ ସୁଦ୍ଧା ବିପନ୍ନ ଲୋକ ମାନେ କ୍ଷୟକ୍ଷତି ନେଇ ରାଜସ୍ୱ ନୀରିକ୍ଷକଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରି ଚାଲିଛନ୍ତି । ବାତ୍ୟା ସମୟରେ ରାଜ୍ୟ ସରକାର ଦୁଇ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ପଠାଇବାକୁ ସମସ୍ତ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିବା ବେଳେ କେଉଁ କାରଣ ଯୋଗୁଁ ତଦନ୍ତରେ ବିଳମ୍ବ ଦେଖାଯାଉଛି ତାହା ଜଣାପଡୁନାହିଁ । ଏ ସଂପର୍କରେ ବନ୍ତ ତହସିଲଦାରଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଥିଲେ ଯେ, କ୍ଷୟକ୍ଷତି ନେଇ ବହୁ ଲୋକ ଆବେଦନ କରିଛନ୍ତି । ତାହାକୁ ତଦନ୍ତ କରି ଚୁଡାନ୍ତ ତାଲିକା ପ୍ରକାଶ କରିବାରେ ବିଳମ୍ବ ହେଉଛି ବୋଲି କହିଥିଲେ । ମାତ୍ର କେତେକ ଗ୍ରାମକୁ ଅଦ୍ୟାବଧି ରାଜସ୍ୱ ବିଭାଗ କର୍ମଚାରୀ ମାନେ ତଦନ୍ତରେ ଯାଇନଥିବାର ଅଭିଯୋଗ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ