ସମସ୍ୟାରେ ନାଉଗାଁ ପଲିଟେକନିକ ମହାବିଦ୍ୟାଳୟ
ନାଉଗାଁ, : ସରକାରଙ୍କ ପକ୍ଷରୁ ଗ୍ରାମାଂଚଳର ଛାତ୍ରଛାତ୍ରୀମାନଙ୍କୁ ବୈଷୟିକ ଶିକ୍ଷା ପ୍ରଦାନ ଶିକ୍ଷାନୁଷ୍ଠାନମାନ ସ୍ଥାପନ କରୁଛନ୍ତି । ଏହି ଶିକ୍ଷାନୁଷ୍ଠାନ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଜାମୁଗାଁ ପଂଚାୟତ କଣିପଡା ଠାରେ ସରକାରୀ ପଲିଟେକନିକ ମହାବିଦ୍ୟାଳୟ ନାମରେ ଖୋଲା ଯାଇଛି । ଏହି ମହାବିଦ୍ୟାଳୟରେ ୨୦୧୭ ମସିହାରୁ ପାଠପଢା କାର୍ଯ୍ୟ ଚାଲୁ ରହିଛି । ବିଶେଷକରୀ ଗ୍ରାମାଂଚଳର ଛାତ୍ରଛାତ୍ରୀମାନେ ଏହି ମହାବିଦ୍ୟାଳୟରେ ପାଠ ପଢିବା ପାଇଁ ସୁଯୋଗ ପାଉଥିବା ବେଳେ ଅଧ୍ୟାପକ ସମସ୍ୟା ପାଠପଢାରେ ବାଧକ ସାଜିଥିବା ଜଣାଯାଇଛି । ମହାବିଦ୍ୟାଳୟରେ ସମୁଦାୟ ୩ ଟି ଟ୍ରେଡ ରହିଥିବା ବେଳେ ୧୮୦ଜଣ ପିଲା ଅଧ୍ୟୟନ କରିବା ପାଇଁ ସିଟ ରହିଛି । ୩ଟି ଟ୍ରେଡମାନଙ୍କ ମଧ୍ୟରେ ରହିଛି ସିଭିଲ, ମେକାନିକାଲ, ଇଲୋକ୍ଟ୍ରନକିସ ରହିଛି । ପ୍ରତି ଟ୍ରେଡରେ ୬୦ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ପ୍ରତି ଛାତ୍ରଛାତ୍ରୀ ୩ ବର୍ଷ ଅଧ୍ୟୟନ କରିବାର ନିୟମ ରହିଛି । ମହାବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢାଇବା ପାଇଁ ଆବଶ୍ୟକୀୟ ଅଧ୍ୟାପକ ନଥିବାରୁ ଶିକ୍ଷାଦାନରେ ସମସ୍ୟା ସୃଷ୍ଟି ହେଉଛି । ସରକାରଙ୍କ ନିୟମାନୁସାରେ ଏହି ମହାବିଦ୍ୟାଳୟରେ ୧୫ ଜଣ ଅଧ୍ୟାପକ ରହିବା କଥା । କିନ୍ତୁ ବର୍ତମାନ ଏହି ମହାବିଦ୍ୟାଳୟରେ ୭ ଜଣ ଅଧ୍ୟାପକ କାର୍ଯ୍ୟ କରି ଆସୁଛନ୍ତି । ସେହିପରି ଲାବ୍ରୋଟୋରୀ ଆସିଷ୍ଟାଂଟ ପଦବୀ ସଂଖ୍ୟା ୭ଟି ରହିଥିବା ବେଳେ ଜଣେ ମାତ୍ର ଲାବ୍ରୋଟୋରୀ ଆସିଷ୍ଠାଂଟ ଭାବେ କାର୍ଯ୍ୟ କରୁଥିବା ଜଣାଯାଇଛି । ଅଧ୍ୟାପକମାନେ ପିଲାମାନଙ୍କୁ ପାଠ ପଢାଇବା ସହିତ ନିଜେ ମଧ୍ୟ ପ୍ରାକ୍ଟିକାଲ କରାଉଛନ୍ତି । ଯାହାଫଳରେ ଉଭୟ ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କର ସମସ୍ୟା ସୃଷ୍ଟି ହେଉଛି । ଆବଶ୍ୟକୀୟ ସଂଖ୍ୟକ ଅଧ୍ୟାପକ ଓ ଲାବ୍ରୋଟୋରୀ ଆସିଷ୍ଟାଂଟ ନଥିବାରୁ ଠିକ ଭାବେ ପାଠପଢା ହୋଇପାରୁ ନଥିବା ବେଳେ ଠିକ ଭାବେ ମଧ୍ୟ ପ୍ରାକ୍ଟିକାଲ କରାଯାଇପାରୁ ନାହିଁ । ସେହିପରି ଅଫିସ କାର୍ଯ୍ୟ କରିବା ପାଇଁ ୩ଟି କିରଣୀ ପଦବୀ ରହିଥିବା ବେଳେ ଆବଶ୍ୟକ ସଂଖ୍ୟକ କିରାଣୀ ପଦବୀ ଫାଙ୍କା ପଡି ଥିବା ଜଣାଯାଇଛି । ସରକାର ଗ୍ରାମାଂଚଳରେ ବୈଷୟିକ ଶିକ୍ଷାର ପ୍ରସାର ପାଇଁ ମହାବିଦ୍ୟାଳୟ ମାନ ଖୋଲୁଥିବା ବେଳେ ଆବଶ୍ୟକୀୟ ସଂଖ୍ୟକ ଅଧ୍ୟାପକ, କର୍ମଚାରୀ, ଛାତ୍ରାବାସ ଆଦିର ସୁବିଧା କରାଯାଉ ନଥିବାରୁ ପଲିଟେକନିକ ମହାବିଦ୍ୟାଳୟରୁ ଛାତ୍ରଛାତ୍ରୀମାନଙ୍କର ଆଗ୍ରହ କମିବାରେ ଲାଗିଛି । ଠିକ ଭାବେ ପାଠପଢା ନହେବାରୁ ପିଲାମାନେ ଭଲ କ୍ୟାମ୍ପସ ପାଇ ପାରୁ ନଥିବା ବୁଦ୍ଧିଜୀବମାନେ ମତବ୍ୟକ୍ତ କରିଛନ୍ତି । ତେଣୁ ଉକ୍ତ ମହାବିଦ୍ୟାଳୟରେ ଆବଶ୍ୟକୀୟ ସଂଖ୍ୟକ ଅଧ୍ୟାପକ ଓ କର୍ମଚାରୀ ଯୋଗାଇ ଦେବା ପାଇଁ ଅବିଭାବକମାନେ ପ୍ରଶାସନ ନିକଟରେ ଦୃଢ ଦାବି କରିଛନ୍ତି । ଉକ୍ତ ପଲିଟେକନିକ ମହାବିଦ୍ୟାଳୟରେ ଥିବା ସମସ୍ୟା ବିଷୟରେ ଅଧ୍ୟକ୍ଷ ଇଂ ଏମ.ଶ୍ରୀ ନିବାସ ରାଓଙ୍କୁ ପଚାରିବାରୁ ଷ୍ଟାଫ ସିଲେକସନ କମିସନରେ ପିଲାମାନେ ରହିବା ପାଇଁ ସିଲେକ୍ସନ ହେଉଛନ୍ତି । କିନ୍ତୁ ପୋଷ୍ଟ ଗୁଡିକରେ ମାମଲା ରହିଥିବାରୁ ପୋଷ୍ଟିଙ୍ଗ ହୋଇପାରୁନାହାନ୍ତି । ତଥାପି ଆମେ ଡାଇରେକ୍ଟରଙ୍କର ବାରମ୍ବାର ଦୃଷ୍ଟି ଆକର୍ଷଣ କରିଛୁ ବୋଲି ପ୍ରକାଶ କରିଥିଲେ ।