ନିର୍ଭୟା ମାମଲା : ପଓ୍ବନ୍‌ ଗୁପ୍ତାଙ୍କ କ୍ୟୁରେଟିଭ୍‌ ଯାଚିକା ଦାଖଲ

ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ପୁଣି ଏକ ନୂତନ ମୋଡ ଦେଖିବାକୁ ମିଳିଛି । ନିର୍ଭୟା ମାମଲାର ଅନ୍ୟତମ ଦୋଷୀ ପଓ୍ବନ୍‌ ଗୁପ୍ତା ପକ୍ଷରୁ ଶୁକ୍ରବାର କ୍ୟୁରେଟିଭ୍‌ ଯାଚିକା ଦାଖଲ କରାଯାଇଛି । ନିଜର ଫାଶୀ ଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତିତ କରିବା ପାଇଁ ପଓ୍ବନ୍‌ ପକ୍ଷରୁ ଆବେଦନ କରାଯାଇଛି । ପୂର୍ବରୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ନିର୍ଭୟା ଦୋଷୀଙ୍କୁ ମାର୍ଚ୍ଚ ୩ ତାରିଖରେ ଫାଶୀ ପାଇଁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଏହି ଆବେଦନ ପରେ ଦୋଷୀଙ୍କ ଫାଶୀ ତାରିଖ ପୁଣି ଘୁଞ୍ଚିବା ନେଇ ଆଶଙ୍କା ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ